ଲକ୍ଷ୍ମୀ ନୃସିଂହ କଳାମନ୍ଦିର ପକ୍ଷରୁ ମହାଆଡ଼ମ୍ବର ସହକାରେ ଗୁରୁପୂଜନ ଉତ୍ସବ ପାଳିତ

ହିଞ୍ଜିଳିକାଟୁ, ୫ା୯ (ଶେଷଦେବ ସାହୁ) : ହିଂଜିଳିକାଟୁ ପୌରାଂଚଳ ସ୍ଥିତ ତଥା ସହରର ସର୍ବ ପୂରାତନ ୧୯୬୦ ମସିହାରେ ପ୍ରତିଷ୍ଠିତ କଳା ବାଂଟୁଥିବା ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପକ୍ଷରୁ ଗୁରୁ ଦିବସ ଉପଲକ୍ଷେ ଗୁରୁବାର ସନ୍ଧ୍ୟାରେ ଏକ ବର୍ଷଣମୁଖର ପରିବେଷ ମଧ୍ୟରେ ଅନୁଷ୍ଠାନର ପ୍ରେକ୍ଷାଳୟ ପରିସରରେ ଗୁରୁପୂଜନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପର୍ଶୁରାମ ସାହୁଙ୍କ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ , ନାଟ୍ୟକାର ତଥା ହିଂଜିଳିକାଟୁ ସ୍ୱଂୟଶାସିତ ବିଞ୍ଜାନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ମେଜର ରମାରମଣ ପାଢି ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସଙ୍ଗୀତଙ୍ଗଜଗନ୍ନାଥ ଦୋରା , ସକୀର୍ତନ ଗୁରୁ ଆକୁଳ ରାଉତ, ନୃତ୍ୟଗୁରୁ ଭୂବନେଶ୍ୱର ସେନାପତି, ସାହିତ୍ୟିକ ନିର୍ମଳ ମିଶ୍ର ଓ ଅନୁଷ୍ଠାନର ବରିଷ୍ଟ ସଦସ୍ୟ ଭୀମସେନ ବେହେରା ମଂଚାସୀନ ଥିଲେ । କାର୍ଯ୍ୟକ୍ରମରେ ଅତିଥି ବୃନ୍ଦଙ୍କୁ ମାନପତ୍ର, ଉପଢୈକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କଳାମନ୍ଦିରର ଶିକ୍ଷାର୍ଥୀଙ୍କ ମାନଙ୍କ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଚିତାକର୍ଷକ ନୃତ୍ୟ, ସଙ୍ଗୀତ ପ୍ରଦର୍ଶନ କରାଯାଇଥିଲା ।ଅନୁଷ୍ଠାନର କର୍ମକର୍ତା ଲିଙ୍ଗରାଜ ସେନାପତି, ଦିଲିପ କୁମାର ସାହୁ, ରମାକାନ୍ତ ସାହୁ, ରଜନିକାନ୍ତ ସାହୁ, ନିରଂଜନ ସାହୁ, ମାନସ ରଂଜନ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନୁଷ୍ଠାନର ସମ୍ପାଦକ ସତ୍ୟ ନାରାୟଣ ସହୁ ବାର୍ଷିକ ବୀବରଣୀ ପାଠ କରିବା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ଥାନୀୟ ସହରର ଏନଏସି ଉଚ୍ଚ ବିଦ୍ୟାଳୟ, ସରକାରୀ ବୃନ୍ଦାବନ ବିଦ୍ୟାପୀଠ, ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟ, ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିର, ଧରିତ୍ରୀ ପବ୍ଳିକ ସ୍କୁଲ, ଓଁ ଶ୍ରୀ ଇଂଟରନ୍ୟାସନାଲ ସ୍କୁଲ, ବୁରୁପଡ଼ା ଭଗବତି ବିଦ୍ୟାପୀଠ, ପୋଡ଼ିଙ୍ଗି ସ୍ଥିତ ଶ୍ୟାମଳାଇ ବିଦ୍ୟାପୀଠ, ଶାସନ ଆମ୍ବଗାଁ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସ୍ୱୟଂଶାସିତ ବିଞାନ ମହାବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ବୃନ୍ଦାବନ ନାୟକ ଇଁରାଜୀ ମାଧ୍ୟମ ବିଦ୍ୟାଳୟ, ପୋଚିଲିମା ସ୍ଥିତ ସରକାରୀ ଶିଳ୍ନ ତାଲିମ ଅନୁଷ୍ଠାନ, ଖାମ୍ବେୟା ଦୋରା ଉଚ୍ଚ ବିଦ୍ୟାଳୟ, ସିକିରି ଉଦୟନାଥ ଉଚ୍ଚ ବିଦ୍ୟାଳୟ, କେଶବ ମାଧବ ସରସ୍ୱତୀ ଶିଶୁ ମନ୍ଦିର ସମେତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଗୁରୁଦିବସ ଉପଲକ୍ଷେ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ଗୁରୁପୂଜନ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ