ବଢୁଛି ଆକ୍ରାନ୍ତ ଙ୍କ ସଂଖ୍ୟା;ଆଜି ଠାରୁ ସାତ ଦିନ ପାଇଁ ବନ୍ଦ ରହିବ ରାଇକିଆ ବଜାର
ରାଇକିଆ, (ଓ୍ବାଇଏନ୍ଏସ୍): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳ ରେ ବଢୁଛନ୍ତି ପାଜିତିଭ୍ ଆକ୍ରାନ୍ତ ଙ୍କ ସଂଖ୍ୟା । ଗତ ଏକ ମାସ ହେଲା ଦୋକାନ ବଜାର ଖୋଲିଲା ପରେ ରୋଗୀ ଙ୍କ ସଂଖ୍ୟା ବୃଦ୍ଧି ଘଟିଛି । ଗୋଟିଏ ପଟେ ଟେଷ୍ଟ କମ୍ ହେଉ ଥିବା ବେଳେ ବହୁ ସଂଖ୍ୟ ରେ ଲୋକେ ଥଣ୍ଡା, କାଶ, ଜ୍ଵର ରେ ପୀଡିତ ହେଉଛନ୍ତି । ରାଇକିଆ ଅଞ୍ଚଳ ର ଏଭଳି ଅବସ୍ଥା କୁ ଦେଖି ବିଭିନ୍ନ ସଂଗଠନ ତରଫରୁ ମିଳିତ ଭାବେ ଶନିବାର ଠାରୁ ସାତ ଦିନ ପାଇଁ ରାଇକିଆ ବଜାର ର ଦୋକାନ ବଜାର ବନ୍ଦ ରଖିବାକୁ କ୍ରିୟାନୁଷ୍ଠାନ କମିଟି ତରଫ ରୁ ନିବେଦନ କରାଯାଇଛି । ଏଥି ପାଇଁ ଡାକ ବାଜି ଯନ୍ତ୍ର ସାହାଯ୍ୟ ରେ ପ୍ରଚାର ମଧ୍ୟ କରା ଯାଇଛି । ବିଶେଷ କରି ସାମାଜିକ ଦୁରତ୍ଵ ରହୁନଥିବା, ଭିଡ଼ ଜମୁଥିବା ଯୋଗୁଁ ପରିସ୍ଥିତି ଗୁରୁତର ହେଉଛି ।