ସାର ପାଇଁ ସୋସାଇଟି ଅଫିସରଙ୍କୁ ଘେରିଲେ ଚାଷୀ

ଶେରଗଡ଼,(ବିଭୁ ପ୍ରସାଦ ଦାସ): ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦ ପୁର ଦୃଶ୍ୟ ଚାଷକାର୍ଯ୍ୟ ପାଇଁ ହନ୍ତସନ୍ତ ଚାଷୀ । ଚାଷୀ ହସିଲେ ଦେଶ ହସିବ ଆଉ ଚାଷୀ କର୍ମ କଲେ ସାରା ମାନବ ସମାଜର ପେଟକୁ ଦୁଇ ମୁଠା ଦାନା ମିଳିଥାଏ । ତେଣୁ ମୁଣ୍ଡର ଝାଳ ତୁଣ୍ଡରେ ମାରି ଲହୁ ଲୁହାଣ ହୋଇ ଖରା,ଶୀତ,ବର୍ଷା ସହି ଚାଷ କାର୍ଯ୍ୟ କରିଥାନ୍ତି ଚାଷୀ | ଚାଷୀ ମାନଙ୍କ ଧାନ ମୁଖ୍ୟ ଚାଷ ହୋଇଥିବା ବେଳେ ବର୍ତ୍ତମାନ ସାର (ୟୁରିଆ) ଜରୁରୀ ରହିଛି | କିନ୍ତୁ ବିଡମ୍ବନା ର ବିଷୟ ସାର ପାଇଁ ଅପେକ୍ଷା କରିବାକୁ ପଡୁଛି ଆଠ ରୁ ଦଶ ଘଣ୍ଟା ସୋସାଇଟି ଆଗରେ ଏହି ଦୃଶ୍ୟ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ବଜାର ରେ ସାର ର କଳା ବଜାରୀ ଚାଲିଥିବା ସମୟରେ ସମବାୟ ସମିତି ପକ୍ଷରୁ ବିଭିନ୍ନ ସୋସାଇଟିରେ ସାର ବଣ୍ଟନ କରାଯାଉଛି ସତ କିନ୍ତୁ ସବୁଠି ଅଵ୍ୟବସ୍ଥା ଦେଖିବାକୁ ମିଳୁଛି ।ବଜାରରେ ସାର ର କଳା ବଜାରୀ ଚାଲିଥିବା ବେଳେ ସାର ମୂଲ୍ୟ ୫୭୦ ଟଙ୍କା ରୁ ଉର୍ଦ୍ଧ ଟଙ୍କାରେ ବିକ୍ରି ହେଉଛି । ସରକାରଙ୍କ ଧାର୍ଯ୍ୟ ଅନୁଯାୟୀ ସାର ର ପ୍ରକୃତ ମୂଲ୍ୟ ୨୭୦ ହୋଇଥିଲେ ମଧ୍ୟ ସୋସାଇଟ ସେକ୍ରେଟାରୀ ମାନେ ୩୦୦ ଟଙ୍କା ରେ ବିକ୍ରି କରୁଛନ୍ତି | ଚାଷୀ ଏହାର ପ୍ରତିବାଦ କଲେ ଜବାବ ମିଳୁଛି ଇଚ୍ଛା ହେଲେ ନିଅ ନହଲେ ଚାଲିଯାଅ ସାର କିଣିବାକୁ ଚାଷୀ ବାଧ୍ୟ ହେଉଥିବା ବେଳେ ସୋସାଇଟି ମାଧ୍ୟମରେ ଆସୁଥିବା ସାର ସମୁଦ୍ରକୁ ଶଂଖେ ଭଳି ମନେ ହେଉଛି । ପୁଣି ସରକାରୀ ଧାର୍ଯ୍ୟଦର ଠାରୁ ଅଧିକ ମୂଲ୍ୟରେ ସାର ବିକ୍ରି କରୁଛନ୍ତି । ଗୋବିନ୍ଦପୁର ସୋସାଇଟ ସେକ୍ରେଟାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା | ତେଣୁ ତୁରନ୍ତ ମୁଖ୍ୟମନ୍ତ୍ରୀ ଦପ୍ତର ଓ ୫ଟି ସଚିବ ଚାଷୀଙ୍କ ସମସ୍ୟାର ସମାଧାନ କରିବା ପାଇଁ ଚାଷୀମାନେ ଦାବି କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ