ଅନାମ ବନ୍ଧୁ ଧଳଙ୍କ ଉଦ୍ଦେଶ୍ୟରେ ;ଭୁବନେଶ୍ୱରରେ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : କେନ୍ଦ୍ରାପଡ଼ା ବ୍ଲକର ଅଧ୍ୟକ୍ଷ ଅନାମ ବନ୍ଧୁ ଧଳଙ୍କ ଆକସ୍ମିକ ବିୟୋଗ ସମଗ୍ର ଜିଲ୍ଲା ପାଇଁ ଏକ ଦାରୁଣ ଧକ୍କା ଏବଂ ଅପୂରଣୀୟ କ୍ଷତି ବୋଲି ଆଜି ଭୁବନେଶ୍ୱର ଜୟଦେବ ଭବନ ସାମ୍ନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । କେନ୍ଦ୍ରାପଡ଼ା ବନ୍ଧୁ ସଂଗଠନ ତରଫରୁ ଆୟୋଜିତ ଆଜିର ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନାମ ବନ୍ଧୁଙ୍କ ସ୍ମୃତିରେ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା । ସଂଗଠନର ଅନ୍ୟତମ କର୍ଣ୍ଣଧାର ଦୀପକ କୁମାର ବେହେରା ଯାଦବ, ବିଶ୍ୱରଞ୍ଜନ ଦାଶ, ଲୋହିତ କୁମାର ମହାନ୍ତି, ସୁଶାନ୍ତ କୁମାର ଦାଶ ଏବଂ ସଞ୍ଜିତ ନାୟକ ପ୍ରମୁଖଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଅମିୟ ପାଣ୍ଡବ, ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଗଗନ ବିହାରୀ ଦାସ, ମନ୍ମଥ ବେହୁରା, ସାରଦା ପ୍ରସନ୍ନ ସାମଲ, ଅକ୍ଷୟ ସାହୁ, ସୁବ୍ରତ ସ୍ୱାଇଁ, ତପନ ସାହୁ, କରୁଣାକର ମଲ୍ଲିକ, ବିଭୁପ୍ରସାଦ ମହାନ୍ତି, ରଜନୀକାନ୍ତ ମହାରଣା, ନିରାକାର ଦାସ, ସରୋଜ କୁମାର ନାୟକ ପ୍ରମୁଖ ଅନାମ ବନ୍ଧୁଙ୍କ କର୍ମମୟ ଜୀବନର ସ୍ମୃତିଚାରଣ କରିବା ସହ ତାଙ୍କ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ