ରାସନକାର୍ଡରୁ ବଞ୍ଚିତ ୨୦ରୁ ଉର୍ଦ୍ଧ୍ୱ ମହିଳା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ଛତ୍ରପୁର,(ଦେବଦତ୍ତ ମହାରଣା): ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାସନକାର୍ଡରୁ ବଞ୍ଚିତ ହୋଇଥିବା ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଖଣ୍ଡୁରୁ ଗାଁର ୨୦ରୁ ଉର୍ଦ୍ଧ୍ୱ ମହିଳା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଉକ୍ତ ଗ୍ରାମର ରଶ୍ମିତା ବେହେରା, ମଞ୍ଜୁ ସାହୁ, ଶଶୀ ବେହେରା, ରେଣୁ ବେହେରା ଓ ଉର୍ମିଳା ବେହେରାଙ୍କୁ ରାସନ୍କାର୍ଡ ମିଳିଥିଲା ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ବାଦ୍ ଦିଆଯାଇଛି । ଯୋଗ୍ୟ ହିତାଧିକାରୀ ହୋଇ କାର୍ଡ ପାଇବାରୁ ବଞ୍ଚିତ ହୋଇଥିବାରୁ କାର୍ଡ ପ୍ରଦାନ ଲାଗି ପଦକ୍ଷେପ ନେବାକୁ ସେମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ମହିଳାମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।


