ଏସୟୁସିଆଇ ପକ୍ଷରୁ ହାଟଡିହି ବିଡିଓଙ୍କୁ ଦାବିପତ୍ର 

ହାଟଡିହି, (ବିକାଶ ବିଶ୍ୱାଳ): ଏସୟୁସିଆଇ ଦଳ ପକ୍ଷରୁ ରାଜ୍ୟସ୍ତରୀୟ ପ୍ରତିବାଦ ସପ୍ତାହ ପାଳନ ଅବସରରେ ହାଟଡିହି ବ୍ଲକ କମିଟି ପକ୍ଷରୁ ବିଡିଓଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ଦାବି ଅନୁଯାଇ ସମସ୍ତ କରୋନା ରୋଗୀ ମାନଙ୍କର ଚିକିତ୍ସାଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ସହିତ ଅଣ କରୋନା ରୋଗୀ ମାନଙ୍କର ଚିକିତ୍ସା ଅବ୍ୟବସ୍ଥା ଦୁରକରାଯାଉ । ପ୍ରବାସୀ ଶ୍ରମିକ ମାନଙ୍କୁ ସର୍ବ ନିମ୍ନ ୬୦୦ଟଙ୍କା ମଜୁରୀରେ କାମ ଯୋଗାଇ ଦେବା, ରାଜ୍ୟର ପ୍ରବାସୀ ଶ୍ରମିକ ମାନଙ୍କୁ ପଞ୍ଜିକରଣ କରି ସେମାନଙ୍କ ଜୀବନ ଜୀକିବାର ସୁରକ୍ଷା ନିଶ୍ଚିତ କରାଯିବା, ରେସନକାର୍ଡ ଥାଉ କି ନଥାଉ ସମସ୍ତ ଅଭାବୀ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା, ଚାଷୀ ଓ ଭାଗ ଚାଷୀ ମାନଙ୍କର ସମସ୍ତ ଋଣ ଛାଡ କରିବାସହ ସେମାନଙ୍କୁ ରିହାତି ଦରରେ ସାର, ବିହନ, କୀଟନାଶକ ଓ କୃଷି ଉପକରଣ ଯୋଗାଇଦେବା, ବନ୍ୟାରେ ନଷ୍ଟ ହୋଇଯାଇଥିବା ଚାଷପାଇଁ ଉପଯୁକ୍ତ କ୍ଷତିପୁରଣ ଦିଆଯିବା ସହ ଭାଙ୍ଗି ଯାଇଥିବା ଘର ବାବଦରେ ସେମାନଙ୍କୁ ଟଙ୍କା ଦେବା ପରିବର୍ତ୍ତେ ଦୁଇ ବଖରା ଘର ଯୋଗାଇଦେବା, ବିଶ୍ୱବିଦ୍ୟାଳୟ ସ୍ୱୟତ୍ତତା ସଂଶୋଧନ ବାତିଲ କରିବା ସହିତ ଜନବିରୋଧି ଜତୀୟ ଶିକ୍ଷାନିତୀ ୨୦୨୦ ପ୍ରତ୍ୟାହର କରିବା, ନିଯୁକ୍ତି କ୍ଷେତ୍ରରେ କଟକଣା ବାତିଲ କରି ଖାଲି ପଡିଥିବା ସମସ୍ତ ସରକାରୀ ପଦବୀ ଗୁଡିକରେ ସ୍ଥାୟୀ ଭିତ୍ତିରେ ନିଯୁକ୍ତି ପ୍ରଦାନ କରିବା, ମଦ ଓ ମାଦକ ଦ୍ରବ୍ୟର ବ୍ୟାପକ ବିକ୍ରୀର ସରକାରୀ ନୀତିକୁ ବାତିଲ କରିବା ଆଦି ୧୦ଦଫା ଦାବି ସମ୍ବଳିତ ଦାବିପତ୍ର ବିଡିଓ ଜୟଦେବ ଦାସଙ୍କୁ ପ୍ରଦାନ କରିଥିଲେ । ଏଥିରେ ବ୍ଲକ କମିଟିର ଚନ୍ଦ୍ରକାନ୍ତ ଦାସ, ନିଳକଣ୍ଠ ଜେନା, ରମେଶ ଚନ୍ଦ୍ର ନାୟକ, ସପନ ସିଂ, ଗଣେଶ ସା, ଅକ୍ଷୟ ଜେନାଙ୍କ ସମେତ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ