ଗ୍ରାମ୍ୟ ରାସ୍ତାକୁ କେନ୍ଦ୍ରକରି ଗଣ୍ଡଗୋଳ; ୧୦ଜଣଙ୍କ ନାମରେ ମାମଲା

ଭଣ୍ଡାରିପୋଖରୀ , (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ସରସଦା ପଞ୍ଚାୟତ ପିରିପୁର ଠାରେ ଏକ ଗ୍ରାମ୍ୟ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୧୦ଜଣଙ୍କ ନାମରେ ମାମଲା ଋଜୁ ହୋଇଥିବା ଜଣାପଡିଛି । ଗାଁରେ ଅମ୍ଫାନ ଅନୁଦାନ ରାଶିରେ ଏକ ପକ୍କା ରାସ୍ତା ନିର୍ମାଣ ହେଉଥିବାବେଳେ ବ୍ୟକ୍ତିଗତ ଜାଗା ଓ ସରକାରୀ ଜାଗା ସମସ୍ୟା ମୁଣ୍ଡ ଟେକିଥିଲା । ଏହାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଗତ ରବିବାର ଦିନ ଅପରାହ୍ନରେ ପାଟିତୁଣ୍ଡ ହୋଇ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ପୁଲିସ ଘଟଣାସ୍ଥଳକୁ ଯାଇ କ୍ଷତ୍ରୀୟ ତଦନ୍ତ କରିଥିବାବେଳେ ସୁମତୀ ପଣ୍ଡାଙ୍କ ଅଭିଯୋଗକୁ ଭିତ୍ତି କରି ୫ଜଣଙ୍କ ନାମରେ ମାମଲା ଋଜୁ କରିଛି । ସେହିଭଳି ମୁକ୍ତିକାନ୍ତ ପଣ୍ଡାଙ୍କ ଅଭିଯୋଗକୁ ଭିତ୍ତିକରି ଥାନାରେ ଅନ୍ୟ ୫ଜଣଙ୍କ ନାମରେ ମାମଲା ଋଜୁ ହୋଇଛି । ଥାନା କେସନଂ ୧୮୦/୨୦ ଓ ୧୮୧/୨୦ ମୂଳେ ପୁଲିସ ରତିକାନ୍ତ ପଣ୍ଡା ଓ ମୁକ୍ତିକାନ୍ତ ପଣ୍ଡାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଅନ୍ୟମାନେ ଫେରାର ଥିବା ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ