ସରପଞ୍ଚଙ୍କ ସ୍ୱାମୀଙ୍କୁ ଗାଳିଗୁଲଜ ଅଭିଯୋଗ
ଭଣ୍ଡାରିପୋଖରୀ , (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ସରପଞ୍ଚ ଭାଗ୍ୟଶ୍ରୀ ଜେନା ଓ ତାଙ୍କ ସ୍ୱାମୀ ଲକ୍ଷ୍ମଣ ଜେନାଙ୍କୁ ଜଣେ ଯୁବକ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିବା ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନାମୁତାବକ ୨୦୧୯ ନଭେମ୍ବର ମାସରେ ମୁଢାପଦା ବିଦ୍ୟାଳୟ ଠାରେ ଏକ ବିଦ୍ୟାର୍ଥୀ ଗଣ୍ଡଗୋଳକୁ ନେଇ ଘଟଣାର ସୂତ୍ରପାତ ହୋଇଥିଲା । ପରବର୍ତ୍ତୀ ସମୟରେ ଜନୈକ ଯୁବକ ଓ ସରପଞ୍ଚଙ୍କ ପରିବାର ମଧ୍ୟରେ ଭଦ୍ରଲୋକିଙ୍କୁ ନେଇ ଘଟଣା ସମ୍ପର୍କରେ ଆପୋଷ ସମାଧାନ ମଧ୍ୟ ହୋଇଥିଲା । ହେଲେ ଗତକିଛିଦିନ ପୂର୍ବରୁ ଏକ୍ତ ଘଟଣାକୁ ନେଇ ଯୁବକ ଜଣକ ସରପଞ୍ଚଙ୍କ ସ୍ୱାମୀଙ୍କୁ ଗାଳିଗୁଲଜ କରିବା , ଜାତିଆଣା ଆକ୍ଷେପ ସହ ମାରିବାକୁ ମଧ୍ୟ ଧମକ ଦେଇଥିବା ସରପଞ୍ଚ ଶ୍ରୀମତୀ ଭାଗ୍ୟଶ୍ରୀ ଜେନା ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗକୁ ଭିତ୍ତିକରି ୧୭୯/୨୦ରେ ଏକ ମାମଲା ଋଜୁ କରିଥିବାବେଳେ ଘଟଣା ସମ୍ପର୍କରେ ଅନୁଧ୍ୟାନ କରୁଥିବା ଜଣାପଡିଛି ।


