ମାଡପିଟ ଘଟଣାକୁ ନେଇ ମାମଲା ଋଜୁ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ବାଲିପୋଖରୀ ପଞ୍ଚାୟତ କୋରକରା ଗ୍ରାମରେ ଏକ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ମାଡପିଟ ହୋଇଥିବା ଜଣାଯାଇଛି । ଗ୍ରାମରେ ଏକ ପାଣି ନାଳକୁ କେନ୍ଦ୍ର କରି ରାକେଶ କୁମାର ଜେନାଙ୍କ ସହିତ ସତ୍ୟମ ନାୟକ ଓ ସନ୍ଦୀପ ନାୟକଙ୍କ ବଚସା ହୋଇଥିଲା । କଥାକଟାକଟିରୁ ଏହା ଗଣ୍ଡଗୋଳର ରୂପ ନେଇଥିଲା । ଏଥିରେ ସତ୍ୟମ ଓ ସନ୍ଦୀପ ରାକେଶଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗକୁ ଭିତ୍ତିକରି ୧୮୨/୨୦ ମାମଲା ଋଜୁ କରିଥିବାବେଳେ ପୋଲିସ ଅନୁସନ୍ଧାନ ଜାରି ରଖିଛି ।


