ବିଭିନ୍ନ ସ୍ଥାନରେ ୮୦ତମ ସ୍ବାଧୀନତା ଦିବସ ପାଳନ

ଧାମନଗର (ଓ୍ବାଇଏନଏସ):  ଧାମନଗର ବ୍ଲକ ଓ ଏନ ଏ ସି ଅଞ୍ଚଳରେ ସ୍ୱାଧୀନତାର ୭୯ତମ ପୂର୍ତ୍ତିର ଅମୃତ ମହୋତ୍ସବ ପାଳନ ଅବସରରେ ଅଫିସ ଦପ୍ତର ସବୁଠି ୮୦ତମ ସ୍ବାଧୀନତା ଦିବସ ସରକାରୀ ବେସରକାରୀ ଶିକ୍ଷା ଅନୁଷ୍ଠାନ ଓ ବିଭିନ୍ନ ସଂଗଠନ ପକ୍ଷରୁ ଦେଶାତ୍ମବୋଧକ ଭାବ ଓ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଛି। ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବୋଉ ବିଡିଓ ବନବିହାରି ଦିନ୍ଦାଙ୍କ ଉପସ୍ଥିତରେ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ତହସିଲ କାର୍ଯ୍ୟାଳୟ ଠାରେ ତହସିଲଦାର ଜ୍ଞାନରଞ୍ଜନ ସାହୁ,ଏନ ଏ ସି ଅଧ୍ୟକ୍ଷା ନିବେଦିତା ଜେନା,ସିଡିପିଓ ଅଫିସରେ ଭାରପ୍ରାପ୍ତ ଅଧିକାରିଣୀ ଶର୍ମିଷ୍ଠା ମଲ୍ଲିକ,ବ୍ଲକ ଗୋଷ୍ଠୀ କୃଷି କାର୍ଯ୍ୟାଳୟ ଠାରେ ଅଧିକାରିଣୀ ଅନୁରାଧା ପଣ୍ଡା,ଉଦ୍ୟାନ କୃଷି ଭବନ କାର୍ଯ୍ୟାଳୟରେ ମହେନ୍ଦ୍ର କୁମାର ଭୁୟାଁ,ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ମନ୍ମୟ ସାମନ୍ତ ସିଂହାର,ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଦୀପକ କୁମାର ନାୟକ,ଜଳସମ୍ପଦ ବିଭାଗ କାର୍ଯ୍ୟାଳୟରେ ଏସ ଡି ଓ ଶମ୍ଭୁନାଥ ମଲ୍ଲିକ ପତାକା ଉତ୍ତୋଳନ କରିଛନ୍ତି। ସେହିପରି ଧାମନଗର ଏସଡିପିଓ ଅଫିସରେ ବିଷ୍ଣୁ ଚରଣ ବାରିକ, ଥାନାରେ ଆଇଆଇସି ଶୁଭ୍ରଜିତ ଦାଶ,ମହାବିଦ୍ୟାଳୟରେ ଅଧ୍ୟକ୍ଷ ଅଜୟ ବେଜ,ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଏବିଇଓ ଭୀମସେନ ହୋ,ଧାମନଗର ସରକାରୀ ହାଇସ୍କୁଲରେ ସହକାରୀ ଶିକ୍ଷକ ଭାସ୍କର ଦାସ, ବାଳିକା ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚିତାରାଣୀ ବେହେରା,ଫିଡର ପ୍ରାଥମିକ ବିଦ୍ୟାଳୟରେ ଏବିଇଓ ସେକ ନେଜାମୁଦ୍ଦିନ,ଜାଗୁଳାଇ ନୋଡାଲ ସରକାରୀ ଉପ୍ରା:ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ସେଠୀ,ମହେନ୍ଦ୍ର ନୋଡାଲ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟା କାମିନୀ ବିଶ୍ୱାଳ,ମଦ୍ରସା ଗୌସିୟା ରୌଫିୟା ଠାରେ ଅଧ୍ୟକ୍ଷ ସୟଦ ଫାରୁକ୍ ରଜା ହବିବି,ମଦ୍ରସା ତାହେରିଆ ହନିଫିଆରେ ହେଡମୋଲବି ସେକ ନସିରୁଦ୍ଦିନ(ରାଜା ସାର),ମଦ୍ରସା ହାବିବିଆ କୁଦ୍ଦୁସିଆ ଠାରେ ପ୍ରତିଷ୍ଠା ଗୋଲାମ ଜିଲାନି ହବିବି,ବାଲେଶ୍ବର-ଭଦ୍ରକ ସମବାୟ ବ୍ୟାଙ୍କ ସମ୍ମୁଖରେ ମୁଖ୍ୟ ଶାଖା ପରିଚାଳକ ସୁଶାନ୍ତ ପୁହାଣ,ଧାମନଗର ସେବା ସମବାୟ ସମିତିରେ ସମ୍ପାଦକ ବସନ୍ତରାଜ ସାହୁ,ଫରେଷ୍ଟ ଅଫିସରେ ରେଞ୍ଜର ବବୁଲ ମଲ୍ଲିକ,ଅବକାରୀ ଥାନାରେ ଅଧିକାରିଣୀ ସୁମିତ୍ରା ହେମ୍ରମ, ନିତ୍ୟାନନ୍ଦ ଶିଳ୍ପ ତାଲିମ ଅନୁଷ୍ଠାନରେ ଜୟନ୍ତ କୁମାର ବିଶ୍ୱାଳ,କୋର୍ଟ ପରିସରରେ ବିଚାରପତି ଚିନ୍ମୟ କୁମାର ଦାସ ପତାକା ଉତ୍ତୋଳନ କରିଥିବା ବେଳେ ଗ୍ରାମ୍ଯ ନ୍ୟାୟାଳୟର ବିଚାରପତି ବିଭୂପ୍ରସାଦ ନାୟକ ଉପସ୍ଥିତ ଥିଲେ। ଓକିଲ ସଂଘ ପକ୍ଷରୁ ସଭାପତି ଅଶୋକ କୁମାର ଦାସ,ବରିଷ୍ଠ ନାଗରିକ ପରିଷଦ ସଭାଗୃହ ସମ୍ମୁଖରେ ସମ୍ପାଦକ ଶଚ୍ଚିକାନ୍ତ ପଣ୍ଡା,ଅଗ୍ନିଶ୍ରମ କାର୍ଯ୍ୟାଳୟରେ ଅଧିକାରୀ ତ୍ରିନାଥ ନାୟକ,ବିଜେପି କାର୍ଯ୍ୟାଳୟରେ ନଗର ସଭାପତି ପ୍ରଶାନ୍ତ କୁମାର ପରିଡା,ବିଜେଡି ତରଫରୁ ନଗର ସଭାପତି ବିଜୟକେତନ ସାହୁ,କଂଗ୍ରେସ ପକ୍ଷରୁ ନଗର ସଭାପତି ପ୍ରମୋଦ କୁମାର ସ୍ୱାଇଁ,ଧାମନଗର ମିଡ଼ିଆ କ୍ଲବ ସମ୍ମୁଖରେ ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ରାଉତ,ପବିତ୍ର ପୀଠ ମହତାବ ସେବା ସଦନ ପରିସରରେ ପରିଚାଳକ ବାସୁଦେବ ତ୍ରିପାଠୀ,ପ୍ରେସ କ୍ଲବ ସମ୍ମୁଖରେ କାର୍ଯ୍ୟକାରିଣୀ ସଭାପତି କୃଷ୍ଣ ଚନ୍ଦ୍ର ଜେନା, ନିତ୍ୟାନନ୍ଦ ପାଠାଗାର ପରିସରରେ ପରିଚାଳକ ରସାନନ୍ଦ ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଜାତୀୟ ପତାକା ଧରି ପ୍ରଭାତ ଫେରି ସହ ଜାତୀୟ ସଂଗୀତ ଗାନ କରି ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିବା ପରେ ବିଦ୍ୟାଳୟକୁ ଫେରିଯାଇଥିଲେ। ଧାମନଗର ବ୍ଲକ ଓ ଏନ ଏ ସି ଧୁଷୁରୀ,ଅସୁରାଡି,ଦୋବଲ ଆଦି ଅଞ୍ଚଳ ଏବଂ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ମାନେ ଆନନ୍ଦ ଉଲ୍ଲାସର ସହ ଜାତୀୟ ପତାକା ଉତ୍ତୋଳନ କରି ୮୦ତମ ସ୍ବାଧିନତା ଦିବସ ପାଳନ ସହିତ ତ୍ରିରଙ୍ଗା ପତାକା ତଳେ ଦେଶ ମାତୃକାର ସ୍ଵାଧୀନତା ଓ ଅଖଣ୍ଡତା ରକ୍ଷା ପାଇଁ ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ଧାମନଗର ମିଡ଼ିଆ କ୍ଲବ ତରଫରୁ କର୍ମକର୍ତ୍ତାଙ୍କ ଉପସ୍ଥିତରେ ଏବଂ ମେଡିକାଲ ଅଫିସର ଡାକ୍ତର ମନ୍ମୟ ସାମନ୍ତ ସିଂହାରଙ୍କ ତତ୍ତ୍ୱାବଧାନରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ପ୍ରସ୍ତୁତି ମହିଳା ଓ ଅନ୍ୟ ରୋଗୀ ମାନଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ସେହିପରି କଂଗ୍ରେସ ଦଳ ପକ୍ଷରୁ ନଗର ସଭାପତିଙ୍କ ନେତୃତ୍ବରେ ବରିଷ୍ଠ ନେତା ସଞ୍ଜୟ କୁମାର ମିଶ୍ରଙ୍କ ଉପସ୍ଥିତରେ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ