ଜିଲ୍ଲା ଯୁବ ବିଜେଡି ସଭାପତିଙ୍କୁ କୋରାନା ଯୋଦ୍ଧା ସମ୍ମାନ
ଯାଜପୁର,(ୱାଇଏନ୍ଏସ୍): ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀଯୁକ୍ତ ପ୍ରତାପ କୁମାର ମହାନ୍ତିଙ୍କୁ କୋରନା ଯୋଦ୍ଧା ଭାବେ ଉତ୍ତୋରିୟ ଏବଂ ମାନପତ୍ର ଦେଇ ସମ୍ମାନିତ କରାଯାଇଛି । ରାଜ୍ୟର ଅଗ୍ରଣୀ ସମାଜିକ ସଙ୍ଗଠନ ଲେଟ୍ସ୍ ସ୍ମାଇଲ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି |ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ପ୍ରତିଷ୍ଠାତା ଦିଲ୍ଲିପଧିର ସାମନ୍ତ, ସମାଜସେବୀ ରାଜେଶ କୁମାର ବଳ,ଏବଂ କାର୍ଯ୍ୟକାରୀ ସଭାପତି ଦେବବ୍ରତ ମହାପାତ୍ର । କୋରନା ମହାମାରୀ ସମୟରେ ଶ୍ରୀ ମହାନ୍ତିଙ୍କ ଜନସେବା ଖୁବ ଅତୁଳନୀୟ ଥିଲା | ଲୋକ ମାନଙ୍କୁ ଖାଦ୍ୟ ଯୋଗାଇବା, ରକ୍ତ ଭଣ୍ଡାରରେ ରକ୍ତ ଯୋଗାଇବା ବ୍ୟବସ୍ଥା କରିବା ଇତ୍ୟାଦି କାର୍ଯ୍ୟ ଯୋଗୁଁ ଶ୍ରୀ ମହାନ୍ତି ଆଜି କୋରନା ଯୋଦ୍ଧା ଭାବେ ପରିଚିତ ହୋଇପାରିଛନ୍ତି ବୋଲି ଦେବବ୍ରତ ମହାପାତ୍ର ବର୍ଣ୍ଣନା କରିଛନ୍ତି ।