ରାଜ୍ୟ ସରକାରଙ୍କୁ ଅଭିନନ୍ଦନ ଜଣାଇଲା ପାଇକ ମହାସଂଘ
ଭୁବନେଶ୍ୱର, : ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ସରକାର ଐତିହାସିକ ବରୁଣେଇ ପାହାଡ଼ ତଳେ ୧୦ ଏକର ଜମି ପ୍ରଦାନ କରିବା ପାଇଁ ଯେଉଁ ସ୍ୱାଗତଯୋଗ୍ୟ ନିଷ୍ପତ୍ତି ଓ ସମ୍ମତି ପ୍ରଦାନ କରିଛନ୍ତି ଏହାକୁ ନିଖିଳ ପାଇକ ମହାସଂଘ ସ୍ୱାଗତ କରିଛି । ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ପାଇକମାନଙ୍କ ପ୍ରତି ଏହା ଏକ ଶ୍ରେଷ୍ଠ ଉପହାର ବୋଲି ପ୍ରକାଶ କରିଛନ୍ତି । କଳିଙ୍ଗ ସମ୍ରାଟ ବିଜୁ ପଟ୍ଟନାୟକ ପାଇକ ଆଖଡ଼ାର ପୁନରୁଦ୍ଧାର ପାଇଁ ଯେଉଁ ପ୍ରୟାସ କରିଥିଲେ ରାଜ୍ୟ ସରକାର ଯଦି ଆଉ ପାଦେ ଆଗେଇ ଯାଇ ‘ପାଇକ ଏକାଡ଼େମୀ’ ଗଠନ କରନ୍ତେ, ତେବେ ବିଜୁ ବାବୁଙ୍କର ସ୍ୱପ୍ନ ସାକାର ହୋଇପାରନ୍ତା । ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତ ବର୍ଷର ପ୍ରଥମ ଇଂରେଜ ବିରୁଦ୍ଧ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ବୋଲି ସ୍ୱୀକାର କରି ଏହାର ୨୦୦ ବର୍ଷ ପୂର୍ତ୍ତି ବହୁ ଆଡ଼ମ୍ବରପୂର୍ଣ୍ଣ ଭାବରେ ପାଳନ କରିବା ପାଇଁ କେନ୍ଦ୍ରରେ ଯେଉଁ ପ୍ରୟାସ ଓ ପ୍ରଚେଷ୍ଟା କଲେ ତାହା ଏ ପାଇକ ଜାତି ପାଇଁ ମଧ୍ୟ ଶ୍ରେଷ୍ଠ ସମ୍ମାନ ବୋଲି ମନେ ହୁଏ । ପରନ୍ତୁ ଦୁଃଖର ବିଷୟ ଏହି ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବରେ କେଉଁଠାରେ ଅଭିହିତ କରାଗଲା ନାହିଁ କି ଏହାକୁ ଦେଶର ପ୍ରଥମ ବ୍ରିିଟିଶ ବିରୋଧୀ ସ୍ୱାଧୀନତା ସଂଗ୍ରାମ ବୋଲି ଘୋଷଣା ନକରିବା ମଧ୍ୟ ସେତିକ ଦୁଃଖଦାୟକ ଘଟଣା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାଇକ ଆଖଡ଼ାର ଉନ୍ନତି ପାଇଁ ଯଦି ପ୍ର୍ରୟାସ କରନ୍ତେ ଏବଂ ଏହାକୁ ସ୍କୁଲ୍, କଲେଜରେ ସ୍ଥାନ ଦେଇ ଏନ୍.ସି.ସି, ସ୍କାଉଟ୍ ଭଳି ମାନ୍ୟତା ପ୍ରଦାନ କରନ୍ତେ, ତେବେ ଏହି ପୁରତନ ସମରକଳା ବଞ୍ôଚରହି ପାରନ୍ତା । ଏହାଦ୍ୱାରା ପିଲାମାନେ ନିଜେ ଆତ୍ମରକ୍ଷା କୌଶଳ ଶିକ୍ଷା କରିପାରନ୍ତେ ବୋଲି ପାଇକ୍ ଜିନ୍ ଗବେଷକ ପ୍ରଫେସର ଡ଼ ଗାୟନ ସାମଲ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରଜ୍ୟ ଉପଦେଷ୍ଟା ଭୀମସେନ ବିଶ୍ୱାଳ, ବିଭୂତି ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ଓ ଦଳପତି ପ୍ରମୋଦ କୁମାର ସାମନ୍ତରାୟ, ଗୁରୁ କେଦାର ଦାସ, ଭାସ୍କର ସୁନ୍ଦରାୟ, ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର୍ର ପାଟ୍ଟଶାଣୀ, ପାଇକ ସର୍ଦ୍ଦାର ରଞ୍ଜନ ବଳିୟାର ସିଂହ, ଦଳବେହେରା ମନୋରଞ୍ଜନ ପଶ୍ଚିମ କବାଟ, କଟକ ସଭାପତି ରାଜକିଶୋର ବେହେରା ପ୍ରମୁଖ ଦାବି କରିଛନ୍ତି ।


