ବିଭିନ୍ନ ଦାବି ନେଇ ସିପିଏମ ପକ୍ଷରୁ ବିକ୍ଷୋଭ
କଳାହାଣ୍ଡି,(ଓ୍ବାଇଏନ୍ଏସ୍):କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖ ରେ ବିଭିନ୍ନ ଦାବି ନେଇ ସିପିଏମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଏମ୍ ରାମପୁର, ନର୍ଲା, କରଲାମୁଣ୍ଡା ବ୍ଳକ ଅଞ୍ଚଳ ର ଲୋକେ ନିର୍ଭର କରୁଥିବା ବେଳେ ସ୍ତ୍ରୀ, ପ୍ରସୂତି, ଶିଶୁ ରୋଗ ବିଶେଷଜ୍ଞ ନିଯୁକ୍ତି, ଏକ୍ସରେ ମେସିନ ଟେକନିସିଆନ ନିଯୁକ୍ତି, ଅଲଟ୍ରାସାଉଣ୍ଡ ମେସିନ ଯୋଗାଇଦେବା ସହ ଏମ୍ ରାମପୁର କୁ ରାଜସ୍ୱ ସବଡିଭିଜନ ଦାବି ନେଇ ଏକ ଦାବିପତ୍ର ସ୍ଥାନୀୟ ବିଡ଼ିଓ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ଏଥିରେ ସିପିଏମ ପାର୍ଟି ର କର୍ମ କର୍ତ୍ତା ସହ ସ୍ଥାନୀୟ ମହିଳା ପୁରୁଷ ଯୋଗ ଦେଇଥିଲେ।


