ଗୋଲାପୀ ଚୁଟିରେ ଧମାଲ୍ କରୁଛନ୍ତି ନୋରା

ମୁମ୍ବାଇ: ଜବରଦସ୍ତ ଡ୍ୟାନ୍ସ ପାଇଁ ବେଶ ଲୋକପ୍ରିୟ ବଲିଉଡର ଦିଲ୍ବର୍ ଗର୍ଲ ନୋରା ଫତେହି । କିଛି ଦିନ ତଳେ ରିଲିଜ୍ ହୋଇଥିବା ବାଟଲା ହାଉସ ଫିଲ୍ମରେ “ସାକି ସାକି’ ଗୀତରେ ସେ ଧମାଲ ମଚାଇ ଦେଇଥିଲେ । ଏହାପରେ ଭିକ୍କି କୌଶଲଙ୍କ ସହ “ବଡ଼ା ପଚତାଓଗେ’ ଗୀତରେ ନଜର ଆସିଥିଲେ ନୋରା । ଏହି ଗୀତଟି ଏବେ ମଧ୍ୟ ଟ୍ରେଣ୍ଡିଂରେ ରହିଛି । ଏବେ ପୁଣିଥରେ ନୋରା ଆଉ ଏକ ଗୀତରେ ଧମାଲ କରିଛନ୍ତିା
ଏହି ଗୀତର ନାଁ ହେଉଛି “ପେପେଟା’? ଏହାର ଟିଜର ରିଲିଜ୍ ହୋଇଯାଇଛି । ଏହାକୁ ୟୁ ଟ୍ୟୁବରେ ପାଖାପାଖି ୫୦ଲକ୍ଷ ଦର୍ଶକ ଦେଖିସାରିଲେଣି । ଗୀତଟି ଏବେ ଟପ୍ ଟ୍ରେଣ୍ଡିଂରେ ରହିଛି । ଏହି ଗୀତର ବିଶେଷ ଆକର୍ଷଣ ହେଉଛି ନୋରାଙ୍କ ଗୋଲାପି ରଙ୍ଗର ଚୁଟି । ଗୀତରେ ବିଦେଶୀ ସ୍ପର୍ଶ ଦେବାକୁ ନୋରା ଏପରି କରିଥିବା କହିଛନ୍ତି ।
ଗୀତଟି ଥାଇଲ୍ୟାଣ୍ଡରେ ସୁଟିଂ ହୋଇଛି । ଏହାର ନିର୍ଦ୍ଦେଶନା ମୋରୋକାନ୍ ନିର୍ଦ୍ଦେଶକ ଅବଦେରାଫିଆ ଏଲ୍ ଅବ୍ଦୁଇ ଦେଇଛନ୍ତି । ଯିଏକି ନିକଟରେ ନାରାଙ୍କ ସହ “ଦିଲବର୍’ ଗୀତର ଆରବିକ୍ ଭର୍ଜନ ପ୍ରସ୍ତୁତ କରିଥିଲେ । ଏହି ସମ୍ପୂର୍ଣ୍ଣ ଗୀତଟି ଆସନ୍ତା ୯ ତାରିଖରେ ରିଲିଜ୍ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ