୧୦ମ ଶ୍ରେଣୀ ପାକିସ୍ତାନୀ ଛାତ୍ରଙ୍କୁ ନିର୍ଯାତନା

ନୂଆଦିଲ୍ଲୀ: ପାକିସ୍ତାନର ହଫିଜ୍ ହୁନୈନ୍ ବିଲାଲ୍ ନାମକ ଜଣେ ୧୦ ଶ୍ରେଣୀ ଛାତ୍ରଙ୍କୁ ତାଙ୍କ ସ୍କୁଲ୍ ଶିକ୍ଷକ ନିର୍ଯାତନା ଦେଇ ମାରିଦେବା ପରେ ତାଙ୍କର ଶ୍ରେଣୀସାଥୀମାନେ ରାଗିଯାଇ ଶନିବାର ଦିନ ସ୍କୁଲରେ ନିଆଁ ଲଗାଇ ଦେଇଛନ୍ତି ।
ପାଠ ମୁଖସ୍ଥ ନ କରି ପାରିବାରୁ ଶିକ୍ଷକଙ୍କ ମାଡ଼ରେ ମୃତ୍ୟୁ ବରଣ କରିଥିବା ବିଲାଲର ଶ୍ରେଣୀସାଥୀମାନେ ପେଟ୍ରୋଲ୍ ବୋତଲ ଧରି ସକାଳେ ସ୍କୁଲ୍ ମଧ୍ୟକୁ ପ୍ରବେଶ କରିଥିଲେ । ସ୍କୁଲ୍ କୋଠାର ଦୁଇଟି କୋଠରିରେ ସେମାନେ ପେଟ୍ରାଲ୍ ଢାଳି ନିଆଁ ଲଗାଇ ଦେଇଥିଲେ । ନିଆଁ ଲିଭାଯିବା ପରେ ପୁଲିସ କେତେକ ଛାତ୍ରଙ୍କୁ ଗିରଫ କରିଥିଲା ।
ଗୁରୁବାର ଦିନ ଘଟିଥିବା ଏହି ନିର୍ଯାତନାଜନିତ ମୃତ୍ୟୁ ଘଟଣାରେ ଲାହୋରର ଗୁଲସନ୍-ଏ-ରବି ଅଞ୍ଚଳରେ ଥିବା ଆମେରିକାନ ଲାଇସେଟେଫ୍ ସ୍କୁଲର ସେ ଶିକ୍ଷକଙ୍କୁ ଗିରଫ କରାଯାଇଛି । ପିଲାଟିର ସମ୍ପର୍କୀୟ ଭାଇ ଟୁଇଟ୍ କରିବା ପରେ ଏହି ଖବର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଯାଇଥିଲା ।
ବିଲାଲ୍ଙ୍କ ପରିବାର ଲାକେ ଓ ଶ୍ରେଣୀସାଥୀମାନେ କହିଛନ୍ତି, ଶିକ୍ଷକ କମ୍ରାନ୍ କାନ୍ଥରେ ତା’ର ମୁଣ୍ଡକୁ ପିଟିବା ପରେ ପିଠି ଓ ପେଟରେ ଲାତ ମାରିବା ପରେ ସେ ଅଚେତ ହୋଇ ପଡ଼ିଥିଲା । ପୁଣି ତାକୁ ଠିକଣା ସମୟରେ ଡାକ୍ତରଖାନାକୁ ନିଆଗଲା ନାହିଁ । ମାଡ଼ ଯୋଗୁଁ ତା’ର ମୃତ୍ୟୁ ଘଟିଲା ବୋଲି ଘୋଷଣା କରାଯାଇଥିଲା ।
ପଞ୍ଜାବ ସ୍କୁଲ୍ ଶିକ୍ଷାମନ୍ତ୍ରୀ ମୁରାଦ ରାସ୍ ଶାକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟିବା ପରେ ଅଭିଯୁକ୍ତଙ୍କ ବିରୋଧ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କର୍ତ୍ତୃପକ୍ଷମାନଙ୍କୁ ନିର୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ