ଅବଦୁଲ କଲାମ ଶିକ୍ଷକ କଲ୍ୟାଣ ପରିଷଦ ପକ୍ଷରୁ ଗୁରୁଦିବସ ପାଳିତ

ଖଲ୍ଲିକୋଟ:(ସିଲୁ ବିଶ୍ଵାଳ ) : ଖଲ୍ଲିକୋଟ ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଡକ୍ଟର ଏ.ପି.ଜେ ଅବଦୁଲ କଲାମ୍ଙ୍କ କଲ୍ୟାଣ ପରିଷଦ ପକ୍ଷରୁ ସବୁବର୍ଷ ଭଳି ଚଳିତ ବର୍ଷମଧ୍ୟ ପବିତ୍ର ଗୁରୁଦିବସ ସ୍ଥାନୀୟ କଳିଙ୍ଗ ବୈଶ୍ୟ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ପ୍ରକୃତିବନ୍ଧୁ ତଥା ସମାଜସେବୀ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗୁରୁପୂଜକ ସଂବର୍ଦ୍ଧନା ଉତ୍ସବରେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ ମୁଖ୍ୟଅତିଥି ରୂପେ ଯୋଗଦେଇ ଆୟୋଜିତ ଉତ୍ସବକୁ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଶୁଭଉଦ୍ଘାଟନ କରିଥିଲେ । ଶିକ୍ଷୟତ୍ରୀ ଶ୍ରୀମତୀ ବିଦ୍ୟୂପ୍ରଭା ଦାସ ଉତ୍ସବ ସମ୍ପର୍କରେ ପ୍ରାକ ସୂଚନା ପ୍ରଦାନ କରିଥିବା ବେଳେ ଗୋପେନ୍ଦ୍ର ସାହୁ ଏବଂ ରଶ୍ମୟ ପଣ୍ଡା ଅନ୍ୟ କଳାକାର ସାଥୀମାନେ ସମ୍ମିଳିତ ଭାବଭକ୍ତିପୂର୍ଣ୍ଣ ପରିବେଶରେ ଗୁରୁବନ୍ଦନା କରିଥିଲେ କ୍ଷ ଶିକ୍ଷକ ତଥା ସାହିତ୍ୟିକ ଡକ୍ଟର ଦ୍ଵାରିକାନାଥ ମହାରଣା ସ୍ଵାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ଶ୍ରୀହର୍ଷ ମହାରଣା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଉତ୍ସବରେ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସୀମାଞ୍ଚଳ କାର୍ଜୀ ମୁଖ୍ୟବକ୍ତା , ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀପ୍ରସାଦ ଆଚାର‌୍ୟ୍ୟ , ପ୍ରାକ୍ତନ ବିଦ୍ୟାଳୟ ଉପ ପରିଦର୍ଶକ ପୂର୍ଣ୍ଣଚନ୍ଦ୍ର ଶତପଥୀ , ହେଲ୍ପେଜ ଓଡ଼ିଶାର ମୁଖ୍ୟ ତଥା ସମାଜସେବୀ ରବୀନ୍ଦ୍ରନାଥ ସାହୁ ପ୍ରମୁଖ ସମ୍ମାନିତ ଅତିଥିରୂପେ ଯୋଗ ଦେଇ ଗୁରୁ ପୂଜନ ପରମ୍ପରା , ସଂପ୍ରତି ଗୁରୁ-ଶିଷ୍ୟ ସମ୍ପର୍କ , ସମାଜ ସୁଧାରରେ ଗୁରୁଙ୍କ ଭୂମିକା ଆଦି ବହୁବିଧ ଦିଗ ସଂପର୍କରେ ସାରସ୍ଵତ ବକ୍ତବ୍ୟ ପ୍ରଦାନ କରିଥିଲେ ।ଅନୁଷ୍ଠିତ ଉତ୍ସବରେ ଲୋଂଗର ବିଦ୍ୟାଳୟର ଶିକ୍ଷକ ଦୁଃଶାସନ ସାହୁଙ୍କୁ ‘ ଆଦର୍ଶ ଶିକ୍ଷକ’ ଏହାସହ ୯ ଜଣ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ମୁଖ୍ୟଅତିଥି ଏବଂ ସମ୍ମାନିତ ଅତିଥିମାନେ ସଂବର୍ଦ୍ଧିତ କରିଥିବା ବେଳେ ଉଦୀୟମାନ ଯୁବ ସାମ୍ବାଦିକ ତଥା ସମାଜସେବୀ ସିଲୁ ବିଶ୍ଵାଳଙ୍କୁ ଗଣମାଧ୍ୟମ ପ୍ରତିନିଧି ଭାବେ ସମ୍ମାନିତ ସହ ସଂବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ମେଧାବୃତ୍ତି ପରୀକ୍ଷାରେ କୃତିତ୍ଵ ହାସଲ କରିଥିବା ୩ ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହିତ ପୁରଷ୍କୃତ କରାଯାଇଥିଲା । ଉତ୍ସବରେ ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ମୀତାରାଣୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ କ୍ଷ ଅନୁଷ୍ଠିତ ସଂବର୍ଦ୍ଧନା ଉତ୍ସବରେ ବହୁ ଶିକ୍ଷକ-ଶିକ୍ଷୟତ୍ରୀ , ଶିକ୍ଷାବିତ , ବୁଦ୍ଧିଜୀବୀ , ସାହିତ୍ୟକ, ଅଂଚଳବାସୀ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ ।

ଅବଦୁଲ କଲାମ ଶିକ୍ଷକ କଲ୍ୟାଣ ପରିଷଦ ପକ୍ଷରୁ ଗୁରୁଦିବସ ପାଳିତ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ