ସ୍ୱାସ୍ଥ୍ୟ ହିଁ ସମ୍ପଦ ନେଇ ସଚେତନତା

ଛତ୍ରପୁର : ଗଂଜାମ ପୁଲିସ ପକ୍ଷରୁ ଶିବରାମ ପଟ୍ଟନାୟକ ରିଡ଼ିଂ ରୁମ୍ ଠାରେ ସ୍ୱାସ୍ଥ୍ୟ ହିଁ ସମ୍ପଦ ଉପରେ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏକ୍ୟୁପ୍ରେସର ମେଗ୍ନେଟିକ୍ ଫୁଟ୍ ମେଟ୍ ମାଧ୍ୟମରେ କିଭଳି ସ୍ୱାସ୍ଥ୍ୟକୁ ସୁରକ୍ଷା ରଖାଯାଇପାରିବ ସେନେଇ କଲିକତାର ଦୁଇଜଣ ବିଶେଷଜ୍ଞ ଅଜୟ ଚକ୍ରବର୍ତି ଓ ସଞ୍ଜୟ ଦଳୁଇ ବିଷଦ୍ ଭାବେ ସଚେତନତା କରିଥିଲେ । ଏକୂୁପ୍ରେସରର ବିଭିନ୍ନ କାର୍ଯ୍ୟକାରିତା ଉପରେ ଉପସ୍ଥିତ ପୁଲିସ କର୍ମଚାରୀଙ୍କୁ ଦୁଇଜଣ ବିସ୍ତୃତ ଭାବେ ବୁଝାଇଥିଲେ । ଏହି ଅବସରରେ ଆସିଷ୍ଟାଂଟ୍ କମାଣ୍ଡେଂଟ୍ ମାନସ ରଂଜନ ମହାନ୍ତି, ଗଂଜାମ ରିଜର୍ଭ ପୁଲିସ ଇନିସପେକ୍ଟର ଗଙ୍ଗାଧର ଧାଙ୍ଗର, ରିଜର୍ଭ ଇନିସପେକ୍ଟର (ହୋମଗାର୍ଡ଼) ସୁବଳ ସୋରେନ୍, ଏ. ରାବଣା ରାଓ, ଗଂଜାମ ପୁଲିସ ଓ ହାବିଲଦାର ସଂଘର ସଭାପତି ଅଭିମନ୍ୟୁ ଜାଲି, ସମ୍ପାଦକ ସୁବାସ ଚନ୍ଦ୍ର ସେଠୀ, ସମଝୋଳସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଟା ବି. ଶ୍ରୀନିବାସ ରାଓଙ୍କ ସମେତ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ