କୋଭିଡ ସପ୍ତାହ ଉପଲକ୍ଷେ ପ୍ରତିଯୋଗିତା

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ସପ୍ତାହ ପାଳନ ଅବସରରେ ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେପ୍ଟେମ୍ବର ୨୬ ତାରିଖରୁ ୨୯ ତାରିଖ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଥମ ରୁ ପଞ୍ଚମ ସବଜୁନିୟର, ଷଷ୍ଠ ରୁ ଅଷ୍ଟମ ଜୁନିୟର ଓ ନବମ ରୁ ଦ୍ୱାଦଶ ସିନିୟର ତିନି ସ୍ତରରେ ପେଇଣ୍ଟିଙ୍ଗ, ଓଡ଼ିଆ ବକୃତା, ଇଂରାଜୀ ବକୃତା, ଓଡ଼ିଆ ପ୍ରବନ୍ଧ, ଇଂରାଜୀ ପ୍ରବନ୍ଧ, ସ୍ଲୋଗାନ ଓ ପଦ୍ୟ ଏହିପରି ୭ ଟି ବିଭାଗରେ ପ୍ରତିଯୋଗିତା ହୋଇଥିଲା । କୋଭିଡ ସପ୍ତାହ ଉପଲକ୍ଷେ ଜିଲ୍ଲା ସ୍ତରରେ ଆୟୋଜିତ ଏହି ପ୍ରତିଯୋଗିତାରେ ବୁଗୁଡା ବ୍ଲକର ଚାରି ଜଣ ଛାତ୍ରଛାତ୍ରୀ ପୁରଷ୍କୃତ ହୋଇଥିବା ଜଣାପଡିଛି । ସେମାନେ ହେଲେ ସିନିୟର ପେଇଣ୍ଟିଙ୍ଗ ବିଭାଗରେ ଗୋଲିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଶୁଭ୍ରରଞ୍ଜନ ପଣ୍ଡା ଦ୍ଵିତୀୟ ସ୍ଥାନ, ଜୁନିୟର ଓଡ଼ିଆ ପ୍ରବନ୍ଧ ବିଭାଗରେ କରଚୁଲି ପାଞ୍ଚାୟତ ଜାମପଲ୍ଲୀ ୟୁପି ସ୍କୁଲ ଷଷ୍ଠ ଶ୍ରେଣୀ ଛାତ୍ର ମୋହନ ସେନାପତି ତୃତୀୟ ସ୍ଥାନ, ଜୁନିୟର ଓଡ଼ିଆ ବକୃତା ବିଭାଗରେ ବେଲପୁର ପ୍ରକଳ୍ପ ୟୁପି ସ୍କୁଲ ଷଷ୍ଠ ଶ୍ରେଣୀ ଛାତ୍ରୀ ତୁଳସୀ ବିଶ୍ୱାଳ ଦ୍ଵିତୀୟ ସ୍ଥାନ ଓ ସବଜୁନିୟର ଓଡ଼ିଆ ବକୃତା ବିଭାଗରେ ବୁଗୁଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଞ୍ଚମ ଶ୍ରେଣୀ ଛାତ୍ରୀ ଚେତନା ଦାଶ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବୁଗୁଡା ବି.ଇ.ଓ ରସାନନ୍ଦ କର ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥବା ଏ.ବି.ଇ.ଓ ପ୍ରମୋଦ ଚନ୍ଦ୍ର ସେନାପତି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ