ବିନା ଆଡମ୍ବରରେ ହେବ ନବମୀ ପୂଜା
ଫୁଲବାଣୀ, (ପ୍ରଶାନ୍ତ କୁମାର ବେହେରା):କନ୍ଧମାଳ ଜିଲ୍ଲାର ବଲସକୁମ୍ପାଠାରେ ଥିବା ଶକ୍ତିପୀଠ ମା ବରାଳଦେବୀଙ୍କ କନ୍ଧମାଳ ଜିଲ୍ଲାରେ ପ୍ରସିଦ୍ଧ ଅଟେ । ସେଠାରେ ପ୍ରତିବର୍ଷ ଦଶହରା ମହାଆଡ଼ମ୍ବର ସହ ହିତ ପାଳିତ ହେଉଥିବା ବେଳେ ଚଳିତ ବର୍ଷ କୋଭିଡ଼୍ ନିୟମ ପ୍ରକାରେ ପାଳିତ ହେବ । ତେବେ ଏହି ଅବସରରେ ପୂର୍ବରୁ ଫୁଲବାଣୀ ଉପଜିଲାପାଳଙ୍କ ଅଧ୍ୟକ୍ଷାରେ ହୋଇଥିବା ବୈଠକର ନିଷ୍ପତି ପ୍ରକାରେ ମଙ୍ଗଳବାର ଦିନ ମାଁ ବରାଳଦେବୀ ମନ୍ଦିରର ଦାନହୁଣ୍ଡି କୋଭିଡ଼୍ ନିୟମ ପ୍ରକାରେ ଖୋଲା ଯାଇଥିଲା । ମନ୍ଦିର ପରିସରରେ ଖଜୁରିପଡ଼ା ତହସିଲ୍ଦାର ସ୍ୱପ୍ନିତା ନାୟକଙ୍କ ଉପସ୍ଥିତିରେ ଏହି ହୁଣ୍ଡି ଖୋଲାଯାଇଥିବା ବେଳେ ଏଥୁରି ୫୩ ହଜାର ୨୧୦ ଟଙ୍କା ଗଣତି ପରେ ଜଣାପଡ଼ିଥିଲା । ଗଣତି ସମୟରେ ବଲସକୁମ୍ପା ରାଜସ୍ୱ ନିରୀକ୍ଷକ ପୁରନାଥ ମଲିକ , ଖଜୁରିପଡ଼ା ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କହଁର , ବଲସକୁମ୍ପା ସରପଂଚ ଅଜୟ କୁମାର ମଲିକ , ଓ ମନ୍ଦିର ପରିଚାଳନା କମିଟିର ସଭାପତି ଚିତରଂଜନ ପ୍ରଧାନ ଏବଂ ତିନି ସେବାୟତ ନବଟର ନାୟକ , ଦିଲିପ କୁମାର ଦଳବେହୋ ଓ ଉଦ୍ଧବ ବିଶୋୟୀ ପ୍ରମୁଖ ଉପସ୍ଥିତିରେ ଏହା ଗଣତି ହୋଇଥିଲା । ଗଣତି ପରେ ଉକ୍ତ ଦାନ ଅର୍ଥକୁ ରାଜସ୍ୱ ନିରୀକ୍ଷକ ଗ୍ରହଣ କରିଥିଲେ । ଚଳିତ ବର୍ଷ କରୋନା ମହାମାରୀର ସଂକ୍ରମଣ ଏବଂ ଏଥି ନିମନ୍ତେ ହୋଇଥିବା କଟକଣା ଯୋଗୁଁ ସବୁ ବର୍ଷ ପରି ଧୁମଧାମ୍ରେ ନ ପାଳିବାକୁ ପୂର୍ବରି ନିଷ୍ପତି ନିଆଯାଇଛି ।