ଫିଜିଓଥେରାପି ତାଲିମ ଶିବିର ଉଦଘାଟିତ

ଛତ୍ରପୁର : ଛତ୍ରପୁରସ୍ଥିତ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ଜିଲ୍ଲା ଦିବ୍ୟାଙ୍ଗ ସାଧନ କେନ୍ଦ୍ରଠାରେ ୨୦୧୯-୨୦ ବର୍ଷ ପାଇଁ ସ୍ପିଚ ଓ ଫିଜିଓଥେରାପି ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଏହି ଶିବିରକୁ ଅର୍ଥ ପରାମର୍ଶ ଦାତା ମଧୁସୂଦନ ପରିଡ଼ା ଉଦଘାଟନ କରିଥିଲେ । ଆଜିର ଶିବିରରେ ବେଗୁନିଆପଡ଼ା ବ୍ଲକର ୧୫ ଜଣ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗ ଦେଇଥିଲେ । ଏହି ପିଲାମାନେ ୪ ଦିନ ଧରି ଏହି କେନ୍ଦ୍ରରେ ଅଭିଜ୍ଞ ଥେରାପିଷ୍ଟ ଦ୍ୱାରା ଚିକିତ୍ସା ଗ୍ରହଣ କରିବେ । ଏହିପରି ପ୍ରତି ବ୍ଲକର ୧୫ ଜଣ ଛାତ୍ରଛାତ୍ରୀ ଏହି କେନ୍ଦ୍ରରେ ତାଲିମ ନେବାର ବ୍ୟବସ୍ଥା କରାଯାଇଛି । ଏହି ଶିବିରକୁ ଜିଲ୍ଲା ଦିବ୍ୟାଙ୍ଗ ବିଭାଗ ସଂଯୋଜକ ତପନ କୁମାର ସାହୁଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଜ୍ୟୋତିପ୍ରକାଶ ରଥ, ସନ୍ତୋଷ ପଣ୍ଡା, ପ୍ରଶାନ୍ତ ବେହେରା, ଲକ୍ଷ୍ମୀ ଶତପଥୀ, ଡମ୍ବରୁ ଦୋରା, ବିଜୟ ବେହେରା, ଅଶ୍ୱିନୀ ପାଇକରାୟ, ଧ୍ରୁବ ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ପୁନର୍ବାସ ଥଇଥାନ କେନ୍ଦ୍ରର ଫିଜିଓ ଥେରାପିଷ୍ଟ ବି.ମାନସା, ଛତ୍ରପୁର ବ୍ଲକର ସମ୍ବଳ ଶିକ୍ଷୟତ୍ରୀ ଦୀପାଞ୍ଜଳି ମହାନ୍ତି ଏବଂ ପୁରୁଷୋତମପୁର ବ୍ଲକର ସମ୍ବଳ ଶିକ୍ଷକ ଅଜୟ ସାହୁ, ଛାତ୍ରଛାତ୍ରୀଙ୍କୁ ଥେରାପି ଦେଇଥିଲେ । ଦିବ୍ୟାଙ୍ଗ ବିଭାଗର ସଂଯୋଜକ ତପନ ସାହୁ ମତ ଦେଇଥିଲେ ଯେ ଏହି ସମ୍ବଳ କେନ୍ଦ୍ର ୨୦୧୫ ମସିହାଠାରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ତାଲିମ ନିମନ୍ତେ ଉତ୍ସର୍ଗୀକୃତ କରାଯାଇଛି । ପ୍ରତିବର୍ଷ ପ୍ରତ୍ୟେକ ବ୍ଲକରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆସି ଏହି ଥେରାପି କେନ୍ଦ୍ରରେ ତାଲିମ ଓ ଚିକିତ୍ସା ସେବା ପାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ