ଜବତ ହେଲା ଧଳା ଜହର

(ଯୁଗାବ୍ଦ ନ୍ୟୁଜ )ବ୍ରାଉନ ସୁଗାର କାରବାର କରୁଥିବା ବେଳେ ଧରାପଡିଲେ ଦୁଇ ବ୍ୟବସାୟୀ ।ଯାଜପୁର ଥାନା ଆର ଏମ ସି ମାର୍କେଟ ଅଞ୍ଚଳରେ ବ୍ରାଉନସୁଗାର କାରବାର ହେଉଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଦୁଇ ବ୍ୟବସାୟୀ ପୋଲିସ ହାବୁଡ଼ରେ ଧରା ପଡିଥିଲା। ଗିରଫ ଅଭିଯୁକ୍ତ ହେଲେ ରାଉତରାପୁର ଗାଁ ର ଶୁଭ୍ରାଂଶୁ ଶେଖର ରାଉତ ଏବଂ ବିଂଝାରପୁର ବଡ଼ ମହଲା ଗାଁର ଅସରଫ ଅଲି ଖାଁ। ସେମାନଙ୍କ ନିକଟରୁ ୪.୦୩ ଗ୍ରାମ ବ୍ରାଉନସୁଗାର,୨ଟି ମୋବାଇଲ ଏବଂ ନଗଦ ଟଙ୍କା ଜବତ କରାଯାଇଛି। ଦୁଇ ଅଭିଯୁକ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଘଟଣା ରେ ଅନ୍ୟ କେହି ଅଭିଯୁକ୍ତ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ ଜାରି ରହିଛି ବୋଲି ଯାଜପୁର ଏସ ଡି ପି ଓ ରବୀନ୍ଦ୍ର କୁମାର ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ