ଗାଙ୍ଗପୁରରେ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ

(ଯୁଗାବ୍ଦ ନ୍ୟୁଜ) ଗାଙ୍ଗପୁର ଉଚ୍ଚ ପ୍ରଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶ୍ରନୀ ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ ଙ୍କ ସଭାପତିତ୍ୱରେ ଉଦଘାଟିତ ହୋଇଯାଇଛି । ସମ୍ମାନିତ ଅତିଥି ଓ ବିଚାରକ ଭାବେ ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଏବଂ ଏସଏମସି ର ସଭାପତି ରାଧାକୃଷ୍ଣ ନାୟକ , ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଶଙ୍କର ବିଷୋୟୀ ମେଳା ପରିଦର୍ଶନ କରି ଶିକ୍ଷଣ ସାମଗ୍ରୀ ଗୁଡିକର ଉପଯୋଗିତା ପଚାରୀ ବୁଝିଥିଲେ । ଗାଙ୍ଗପୁର କ୍ଲଷ୍ଟରର ପ୍ରାୟ ସମସ୍ତ ବିଦ୍ୟାଳୟ ର ଶିକ୍ଷକ ତଥା ଶିକ୍ଷୟତ୍ରୀ ନିଜନିଜ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରିଥିଲେ । ପ୍ରଦର୍ଶନୀ ପରିଚାଳନା ରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ରାଣୀ ଦାସ , ଶିବରାମ ମହାନ୍ତି ,ଓ ସତ୍ୟନାରାୟଣ ପ୍ରଧାନ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସରସ ସୁନ୍ଦର ଭାବେ ପ୍ରଦର୍ଶିତ ହୋଇଥିଲା । ସିଆରସିସି କାର୍ତ୍ତିକେୟ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ