ବେସରକାରୀ ବସ ମାଲିକ ସଂଘ ନିର୍ବାଚନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ସିମାନ୍ତ ରାଇରଙ୍ଗପୁର ବେସରକାରୀ ବସ ମାଲିକ ସଂଘ ଦ୍ୱିବାର୍ଷିକ ନିର୍ବାଚନ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ଓକିଲ ସଂଘର ବରିଷ୍ଠ ଓକିଲ ଗୌରୀ ଦତ୍ତ, ସଂଜୀବ ମହାନ୍ତି ଏବଂ ରାମେସ୍ୱର ଅଧିକାରୀଙ୍କ ଦ୍ୱାରା ନିର୍ବାଚନ ପରିଚାଳନା ହୋଇଥିଲା । ଏହି ନିର୍ବାଚନରେ ତପନ ପରିଡ଼ା ସଭାପତି, ଉପସଭାପତି ସାଲଖାନ ଟୁଡୁ, ସଂପାଦକ ଅନୁପ ମହାନ୍ତି,ସହ ସଂପାଦକ ବିକାଶ ମଣ୍ଡଳ, କୋଷାଧ୍ୟକ୍ଷ ଶକ୍ତିର ସାହୁ, ବସଷ୍ଟାଣ୍ଡ ସଂପାଦକ ବଵୃବାହନ ବସା, କାର୍ଯ୍ୟକାରୀ ସଦସ୍ୟ ଦିନବନ୍ଧୁ କର୍ମକାଣ୍ଡ, ଅରୁଣ ପ୍ରସାଦ, ବାଙ୍କେଶ୍ଵର ମହାନ୍ତ,ସୁବାସ ବେହେରା, ଗଙ୍ଗାଧର ମୁର୍ମୁ ନିର୍ବାଚିତ ହୋଇଥିଲେ । ବରିଷ୍ଠ ସଦସ୍ୟ ପୁରୁଷୋତ୍ତମ ଶର୍ମା ଓ ନବୀନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।ପରେ ନୂତନ ସଭାପତି ଓ ସଂପାଦକଙ୍କୁ ବସ ମାଲିକମାନେ ଫୁଲମାଳ ଦେଇ ଶୁଭେଚ୍ଛା ଜଣାଇଥିଲେ । ନୁତନ କର୍ମକର୍ତ୍ତା ବସଷ୍ଟାଣ୍ଡର ଉନ୍ନତି ଏବଂ ଯାତ୍ରୀମାନଙ୍କ ସୁବିଧା ଓ ସୁରକ୍ଷା ଏବଂ ବସ କର୍ମଚାରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଗୁରୁତ୍ୱ ଦେବେ ବୋଲି ଗଣମାଧ୍ୟମକୁ ସୁଚାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ