ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ବୁଗୁଡା, (ଅନୀଲ କୁମାର ମହାରଣା) : ବୁଗୁଡା ପିପୁଲ୍ସ କଲେଜର ଇତିହାସ ବିଭାଗ ପକ୍ଷରୁ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ +୩ ପ୍ରଥମ ଓ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀମାନେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। ମାଈ ତାରିଖ ଦିନ ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପିକା ଡକ୍ଟର ରଶ୍ମିତା କୁମାରୀ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି ବିଦାୟ ସମ୍ବର୍ଦ୍ଧନା ସଭାରେ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ଭାବେ ଇତିହାସ ବିଭାଗର ଅଧ୍ୟାପକ ପ୍ରଦୀପ କୁମାର ଦାଶ ଓ ରବୀନ୍ଦ୍ର ନାଥ ପୋଲାଈ ଯୋଗଦେଇଥିଲେ। ପ୍ରିନ୍ସପାଲ ଡକ୍ଟର ମିଶ୍ର, ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପିକା ଡକ୍ଟର ପଟ୍ଟନାୟକ, ଇତିହାସ ବିଭାଗର ଅଧ୍ୟାପକ ଶ୍ରୀ ଦାଶ ଓ ଶ୍ରୀ ପୋଲାଈ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ତୃତୀୟ ବର୍ଷର ଛାତ୍ରଛାତ୍ରୀ ବୃନ୍ଦ ସେମାନଙ୍କ ତିନି ବର୍ଷର ଅନୁଭୂତି ବର୍ଣ୍ଣନା କରିଥିଲେ। ପ୍ରଥମ ଓ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ବୃନ୍ଦ ସେମାନଙ୍କ ସିନିୟର ତୃତୀୟ ବର୍ଷର ଛାତ୍ରଛାତ୍ରୀ ବୃନ୍ଦଙ୍କ ପ୍ରେରଣା ଓ ସ୍ନେହ ବିଷୟରେ କହିବା ସହ ଭାବ ବିହ୍ଵଳ ହୋଇ ବିଦାୟ ଦେଇଥିଲେ।


