ଜନଆକ୍ରୋଶ ମହିଳା ସମାବେଶ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ବିଜେପି ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅଧିନ ୬ନମ୍ବର ଜୋନର ଶ୍ୟାମସୁନ୍ଦରପୁର ଠାରେ ଏକ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ମଣ୍ଡଳ ସଭାପତି ବାବାଜି ଚରଣ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାବେଶରେ ପ୍ରାକ୍ତନ ଜିଲ୍ଲା ପରିଷଦ ସଭାପତି ତଥା ବିଜେପିର କେନ୍ଦ୍ରାପଡା ବିଧାନସଭା ନେତ୍ରୀ ଗିତାଞ୍ଜଳୀ ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ସଂସଦରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇଥିଲେ ମହିଳାମାନେ ତାଙ୍କ ନାର୍ଯ୍ୟ ଅଧିକାର ପାଇବା ସହିତ ଉଭୟ ସଂସଦ ଓ ବିଧାନସଭାରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ବୃଦ୍ଧି ପାଇପାରିଥାନ୍ତା। ଫଳରେ ଦେଶର ବିକାଶରେ ଏହା ସହାୟକ ହୋଇପାରିଥାନ୍ତା। ଏଥିସହିତ ନାରୀ ଶସକ୍ତିକରଣରେ ସାରା ଦେଶରେ ଏକ ବୈପ୍ଲବିକ ପରାବର୍ତ୍ତନ ହେବା ସହ ମହିଳାମାନଙ୍କୁ ସ୍ୱାବଲମ୍ବି କରାଇ ସେମାନଙ୍କ ଆର୍ଥୀକ ଅଭିବୃଦ୍ଧି ହୋଇପାରିଥାନ୍ତା। କିନ୍ତୁ ଏହି ବିଲ ପାରିତ ନହେବା ପାଇଁ କଂଗ୍ରେସ ଦଳ ସମେତ ବିଜେଡି ଓ ତା’ ଇଣ୍ଡିମେଣ୍ଟର ଅନ୍ୟ ସହଯୋଗୀ ଦଳ ଗୁଡିକ ଷଡଯନ୍ତ୍ର କରି ମହିଳାମାନଙ୍କ ଉନ୍ନତିର ପଥରୋଧ କଲେ। ଏଥିସହ ଦେଶର ପ୍ରଗତିରେ ସେମାନେ ଗୁରୁତ୍ତର ବାଧା ସୃଷ୍ଟିକଲେ। ତେଣୁ ଆଗାମୀ ଦିନରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନରେ ସେମାନଙ୍କୁ ଉଚିତ ଜବାବ ଦେବାକୁ ଶ୍ରୀମତୀ ସେଠୀ ଉପସ୍ଥିତ ଶତାଧିକ ମହିଳାମାନଙ୍କୁ ନିବେଦନ କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଉପସଭାପତି ବନ୍ଦନା ରାଉତରାୟ, କୋଷାଧ୍ୟକ୍ଷା ସଶ୍ମିତା ସାହୁ, ବିଜେପି ମହିଳା ମୋର୍ଚ୍ଚା ମଣ୍ଡଳ ସଭାନେତ୍ରୀ ନିର୍ମଳା ମଲ୍ଲ,ପ୍ରଭାରୀ ପ୍ରଶାନ୍ତ କୁମାର ସେଠୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଭାଗବତପୁର ପଞ୍ଚାୟତର ସମିତିସଭ୍ୟା ପ୍ରମିଳା ମିଶ୍ର ତାଙ୍କର ଶତାଧିକ ସମର୍ଥକଙ୍କ ସମେତ ବିଜେପି ଦଳରେ ଯୋଗଦେଇଥିଲେ। ବିଜେପି ନେତ୍ରୀ ଶ୍ରୀମତୀ ସେଠୀ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ଦେଇ ଦଳକୁ ସ୍ୱାଗତ କରିଥିଲେ। ଶେଷରେ ଡ. ନାରାୟଣ ପତି ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଉପୀନ କୁମାର ରାଉତ, ଭାଗବତପୁର ପଞ୍ଚାୟତ ସଭାପତି ଅକ୍ଷୟ କୁମାର ମିଶ୍ର, ରଶ୍ମୀରଞ୍ଜନ ରାଉତ, ପଙ୍କଜ ଦାସ, ତପନ ମହାନ୍ତି, ସ୍ୱାଧୀନ ମହାପାତ୍ର, ଅନିଲ ସ୍ୱାଇଁ, ପଙ୍କଜିନି ସାମଲ, ରୋସ୍ନାମୟୀ ସ୍ୱାଇଁ, ସୁମନ୍ତ ବାରିକଙ୍କ ସମେତ ୫ଶହରୁ ଉର୍ଦ୍ଧ୍ୱ ମହିଳା ଉପସ୍ଥିତ ଥିଲେ। ପ୍ରଥମେ ଶତାଧିକ ମହିଳା ଭରତପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ସମାବେଶ ସ୍ଥଳରେ ପହଞ୍ଚିବା ପରେ ସଭା ଆରମ୍ଭ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ