ଜନଶକ୍ତି ପାର୍ଟି ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ସ୍ମାରକ ପତ୍ର

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଜନଶକ୍ତି ପାର୍ଟି ପକ୍ଷରୁ କରୋନା ମହାମାରୀ ସମୟରେ ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ଥ ହୋଇ ପଡିଥିବା ଅଭିଯୋଗ କରାଯାଇଛି । ଉଦାହରଣ ସ୍ୱୂରୁପ କେନ୍ଦ୍ରାପଡା ସରକାରୀ ଡାକ୍ତରଖାନାରେ ୬୨ ଟି ଡାକ୍ତର ପଦବୀ ମଧ୍ୟରୁ ମାତ୍ର ୨୩ ଜଣ ଡାକ୍ତର ଅଛନ୍ତି । ଅନେକ ସମୟରେ ଡାକ୍ତରମାନେ ବେସରକାରୀ ଭାବେ ଚିକିତ୍ସା କରୁଥିବାରୁ ଗରିବ ଅସହାୟ ଲୋକ ମାନଙ୍କୁ ପ୍ରକୃତ ଚିକିତ୍ସା କରାନଯାଇ କଟକ ବଡ ଡାକ୍ତରଖାନାକୁ ପଠାଇ ଦିଆଯାଉଛି । ଗରିବ ଲୋକଟି ଆମ୍ଭୁଲାନସ ସୁବିଧାରୁ ମଧ୍ୟ ବଂଚିତ ହେଉଛି । ସେହିପରି କେନ୍ଦ୍ରାପଡା ସରକାରୀ ଡାକ୍ତରଖାନାରେ ପର୍ଯ୍ୟାପ୍ତ ସଂଖ୍ୟକ ବେଡ ନାହିଁ ଏବଂ ଯାହା କିଛି ଅଛି ତାହା ସମ୍ପୂର୍ଣ୍ଣ ଭାବେ ପୁରୁଣା ଓ ନଷ୍ଟ ହୋଇ ଯାଇଛି । ୨.୯୦ କି.ମି ବାଟ ଟ୍ରଲିରେ ବୁହା ହୋଇ ଆସିଥିବା ଅସହାୟ ମହିଳାଙ୍କ ମୃତ୍ୟୁର ପ୍ରକୃତ ତଦନ୍ତ କରାଗଲେ ଓଡିଶାରେ ସ୍ୱାସ୍ଥ୍ୟସେବାର ପ୍ରକୃତ ଚିତ୍ର ପଦାକୁ ଆସିପାରିବ । ସେହି ପରିବାରର ଜଣଙ୍କୁ ସରକାରୀ ଚାକିରୀ ପ୍ରଦାନ କରାଯାଉ । ଓଡିଶାରେ ବିଭିନ୍ନ ଖାଉଟି ସାମଗ୍ରୀ ଓ ପନିପରିବାର ଅହେତୁକ ଦର ବୃଦ୍ଧି ଜନ ସମାଜକୁ ବ୍ୟଥିତ କରୁଛି । ଏହାର ନିରାକରଣ ନିମନ୍ତେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜନଶକ୍ତି ପାର୍ଟି ପକ୍ଷରୁ ଦାବୀ କରାଯାଇଛି । ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ଆଡଭୋକେଟ ପ୍ରଦୀପ କୁମାର ଦାଶ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ସହକାରୀ ଜିଲ୍ଲାପାଳ ଶିବ ମଲ୍ଲିକଙ୍କୁ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ