ନୂତନ ଭାବେ ଯୋଗଦେଇଥିବା ପ୍ରଧାନଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧନା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଦେଓପଦା ସ୍ଥିତ ଶାନ୍ତିବଟ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ଭାବେ ଯୋଗଦେଇଥିବା ପ୍ରଧାନଶିକ୍ଷୟତ୍ରୀ ସରୋଜିନୀ ମହାପାତ୍ରଙ୍କୁ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ ଉକ୍ତ ବିଦ୍ୟାଳୟରେ ଦୀର୍ଘଦିନ ଧରି ପ୍ରଧାନଶିକ୍ଷକ ପଦ ଫାଙ୍କା ପଡିଥିବାବେଳେ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଏଠାକୁ ଜଣେ ପ୍ରଧାନଶିକ୍ଷୟତ୍ରୀଙ୍କୁ ପଠାଯାଇ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ନୂତନ କରି ପ୍ରଧାନଶିକ୍ଷୟତ୍ରୀ ଯୋଗଦେବା ପରେ ପରିଚାଳନା କମିଟିର ସଦସ୍ୟ, ଶିକ୍ଷକ,ଶିକ୍ଷିକା ମାନେ ତାଙ୍କୁ ସ୍ୱାଗତ କରିବା ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିସହ ବ୍ଲକ ଶିକ୍ଷାଧିକାରୀ ଦୀପକ କୁମର ପାଢୀଙ୍କୁ ପରିଚାଳନା କମିଟିର ସଦସ୍ୟ ମାନେ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଦ୍ୟାଳୟର ଶିକ୍ଷକ ଶଶାଙ୍କ ଶେଖର ସାହୁ, ଯଦୁନାଥ ରାଉତ, ରାଜେଶ ବେହେରା, ସୁଷମାରାଣୀ ସେନାପତି, ନିଗମାନନ୍ଦ ମିଶ୍ରଙ୍କ ସମେତ ପରିଚାଳନା କମିଟିର ସଭାପତି ବିନୋଦ ବିହାରୀ ରାଉତ, ଉପସଭାପତି ମାଧବୀଲତା ଜେନା, ସଭ୍ୟ ରଞ୍ଜିତା ପଲେଇ, ରେବତୀ ରାଉତ, ପ୍ରିୟଙ୍କା ଜେନା, ଚିତ୍ତରଞ୍ଜନ ଜେନା, ବନଲତା ସେନାପତି, ରମେଶ ଜେନା, ଚନ୍ଦ୍ରମଣୀ ରାଉତ, ରଞ୍ଜନ ଜେନା, ବିଜୟ କେତନ ରାଉତ, କମ୍ବରୁନ ବିବି ପ୍ରମୁଖ ଉପସ୍ଥିତ ଥିଲେ ।


