ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ କୋଟସିରା ଗ୍ରାମରେ ଆବାସ ଯୋଜନା ବାବଦରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଗ୍ରାମର ଦିଲ୍ଲୀପ ଦାସଙ୍କର ପୂର୍ବରୁ ଏକ ଘର ଥିବାବେଳେ ଆବାସ ଯୋଜନାରେ ତାଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ତାଙ୍କ ବ୍ୟାଙ୍କ ଖାତାକୁ ଅର୍ଥ ପ୍ରଦାନ କରାଯାଇଥିବା ଗ୍ରାମର କିଛି ବ୍ୟକ୍ତି ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ସୁଦର୍ଶନ ସାହୁ, ବିଦ୍ୟାଧର ମହାପାତ୍ର, ଅନିଲ କୁମାର ଲେଙ୍କା, କୃଷ୍ଠଚନ୍ଦ୍ର ଲେଙ୍କା, ନାରାୟଣ ପାଣିଗ୍ରାହୀ, ଅଜୟ ସେଠୀ ପ୍ରମୁଖ ଏବାବଦରେ ଆଗରୁ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ତେଣୁ ପୁନଶ୍ଚ ସେମାନେ ଆଜି ବିଡିଓଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଏନେଇ ବିଡିଓଙ୍କ ମତାମତ ନେବାରୁ ସେ ଘଟଣା ସମ୍ପର୍କରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାଇଛନ୍ତି ।