ପ୍ରେମ ବିବାହକୁ ନେଇ ରାସ୍ତାରେ ଉତ୍ତେଜନା, ଉଭୟ ପକ୍ଷ ଥାନାରେ

ଧାମନଗର (ଓ୍ବାଇଏନଏସ): ଧାମନଗର ବଜାର ଉପରେ ପ୍ରେମ ବିବାହ ଓ ପାରିବାରିକ ବିବାଦକୁ ନେଇ ଉତ୍ତେଜନା ଦେଖାଦେଇ ଥିବା ବେଳେ ଏହି ବିବାଦ ବିଚ୍ ରାସ୍ତାରେ ପହଞ୍ଚିଛି। ଉଭୟ ପରିବାର ମଧ୍ଯରେ ଦୀର୍ଘ ସମୟ ଯୁକ୍ତିତର୍କ ଓ ଉତ୍ତେଜନା ଲାଗି ରହିଥିଲା। ଫଳରେ ରାସ୍ତାରେ ଯାନବାହନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଧାମନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ଥାନାକୁ ନେଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି। ସୂଚନା ଅନୁଯାୟୀ,ଧୁଷୁରୀ ଥାନା ସୂର୍ଜୀପୁର ଗ୍ରାମର ସୁବାସ ଜେନାଙ୍କ ପୁଅ ଆକାଶ ଜେନା ଓ ଭଟସାହି ଗ୍ରାମର କିଶୋର ଜେନାଙ୍କ ଝିଅ ସାରଥି ଜେନାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଦୁଇ ଦିନ ତଳେ ଆକାଶ ସାରଥିଙ୍କୁ ନେଇ ପଳାଇଥିବା ଅଭିଯୋଗ କରି ଝିଅ ପରିବାର ପକ୍ଷରୁ ସୂଚନା ଦେଇଥିଲେ।ଧାମନଗର ପୋଲିସ ସୋହଡ଼ାରେ ପହଞ୍ଚି ସାରଥିଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ଘଟଣାଟି ଧୁଷୁରୀ ଥାନା ଅଞ୍ଚଳର ହୋଇଥିବାରୁ ତାଙ୍କୁ ସେଠାକୁ ହସ୍ତାନ୍ତର କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ହୋଇଥିଲା। ତେବେ ଝିଅକୁ ନିଜ ଘରକୁ ଫେରାଇ ନେବାକୁ ବାପ ଘର ଲୋକେ ଦାବି କରିବାରୁ ସାନବଜାରରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ସହ ଉତ୍ତେଜନା ଦେଖାଦେଇଥିଲା। ଅନ୍ୟ ପକ୍ଷରେ ଆକାଶ ଓ ସାରଥି ଗତ ୨ ତାରିଖରେ ଭଦ୍ରକସ୍ଥିତ ଲୋକନାଥ ମନ୍ଦିରରେ ବିବାହ କରିଥିବା ଏବଂ ନୋଟାରୀ ବିବାହ ସମ୍ପର୍କିତ ଦଲିଲ କରିଥିବା କହିଛନ୍ତି। କିନ୍ତୁ ସାରଥି ନାବାଳିକା ବୋଲି ଦାବି କରି ତାଙ୍କୁ ଜୋରଜବରଦସ୍ତ ନେଇ ବିବାହ କରିଥିବା ଝିଅ ପରିବାର ପକ୍ଷରୁ ଅଭିଯେ ଭିଯୋଗ ହୋଇଛି। ତେଣୁ ସାରଥିଙ୍କ ପ୍ରକୃତ ବୟସ ସମ୍ପର୍କିତ ଦଲିଲର ସତ୍ୟତା ଏବେ ତଦନ୍ତ ସାପେକ୍ଷ ହୋଇଛି। ଉଭୟ ପକ୍ଷଙ୍କୁ ପଚରାଉଚରା କରିବା ସହ ଧାମନଗର ପୋଲିସ ଧୁଷୁରୀ ପୋଲିସ କୁ ହସ୍ତାନ୍ତର କରିବ ବୋଲି ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ