ବାଘୁଆ ଜଳଭଣ୍ଡାର ସହକାରୀ ନିର୍ବାହୀ ଯନ୍ତ୍ରୀ ଦେଲେ ସତର୍କ ସୂଚନା

ବୁଗୁଡା,(ଅନିଲ କୁମାର ମହାରଣା): ବାଘୁଆ ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ବିଷ୍ଣୁ ଚରଣ ସାହୁ ବାଘୁଆ ଜଳଭଣ୍ଡାରର ତଳ ଭାଗରେ ବାଘୁଆ ନଦୀ କୂଳରେ ଥିବା ଗ୍ରାମବାସୀ ମାନଙ୍କୁ ନଦୀ ନାଳ ମଧ୍ୟକୁ ନଯିବାକୁ ସତର୍କ ସୂଚନା ଘୋଷଣା କରିଛନ୍ତି । ଅକ୍ଟୋବର ୧୯ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଏହି ସମୟ ମଧ୍ୟରେ ବାଘୁଆ ଜଳଭଣ୍ଡାରର ଜଳ ପତ୍ତନ ବୃଦ୍ଧି ଘଟିଲେ ନଦୀ ଗର୍ଭକୁ ଯେକୌଣସି ସମୟରେ ଜଳ ଛଡା ଯାଇପାରେ । ଏଥିପାଇଁ ବାଘୁଆ ଜଳ ଭଣ୍ଡାରର ତଳ ଭାଗରେ ବାଘୁଆ ନଦୀ କୂଳରେ ଥିବା ଗ୍ରାମବାସୀ ମାନେ ନଦୀ ନାଳକୁ ନଯିବା ସହ ଗୃହ ପାଳିତ ପଶୁ ମାନଙ୍କୁ ମଧ୍ୟ ନଦୀ ନାଳ ମଧ୍ୟକୁ ନଛାଡିବା ପାଇଁ ସତର୍କ କରାଯାଇଛି । ଏହି ବିଷୟ ନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାହୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ,ଆସିକା ବିଧାୟିକା ମଞ୍ଜୁଲତା ସ୍ଵାଇଁ ଓ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ସମେତ ବାଘୁଆ ନଦୀ କୂଳର ଅଞ୍ଚଳ ବିଡ଼ିଓ , ତହସିଲଦାର ଏବଂ ଅନ୍ୟାନ୍ୟ ଅଧିକାରୀ ବୃନ୍ଦଙ୍କୁ ଅବଗତି କରାଇଛନ୍ତି । ଏହି ପରିପ୍ରେକ୍ଷୀରେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର , ତହସିଲଦାର ସଂଗ୍ରାମ କେଶରୀ ଜେନା ନଦୀ କୂଳରେ ଥିବା ଗ୍ରାମ ପଞ୍ଚାୟତ ଭାଗବାନପୁର, ତାକରଡ଼ା, ବି.କରଡ଼ାବାଡ଼ି, ବିରଞ୍ଚିପୁର, ଭାମଶ୍ୟାଳି,ଓ ଗୋଲିଆ ପାଞ୍ଚାୟତର ଜନସାଧାରଣଙ୍କୁ ସତର୍କ ରହିବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ