ନାଟ୍ୟକାର ପ୍ରବୀଣ ଚନ୍ଦ୍ର ପଣ୍ଡାଙ୍କ ବିୟୋଗରେ ଶୋକ ସଭା

ପାରଳାଖେମୁଣ୍ଡି,(ତାରିଣୀ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ତଥା ଦକ୍ଷିଣ ଓଡିଶାର ପ୍ରକ୍ଷାତ ନାଟ୍ୟକାର ପ୍ରଚୀଣ ଚନ୍ଦ୍ର ପଣ୍ଡାଙ୍କ ବିୟୋଗରେ ଶୋଜ ସଭା ଅନୁଞ୍ଚିତ ହୋଇ ଯାଇଛି । ସ୍ଥାନୀୟ କରଣ ସାହି ସ୍ଥିତ ଚିଜୟ ବ୍ୟାୟମ ଶାଳା ପରିସରରେ “ କ୍ରିଏଟିଭ ଆର୍ଟସ” ନାଟ୍ୟ ଅନୁଷ୍ଠାନ ପକ୍ଷରୁ ଶୋକ ସଭା କରାଯାଇଥିଲା । ଏଥିରେ ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ଚେଳେ ବିଶିଷ୍ଟ ନାଟ୍ୟକାର ଦେବେନ୍ଦ୍ର ଦାସ, ଗୁରୁ ରଘୁନାଥ ପାତ୍ର, ଅର୍ଜୁନ ନାୟକ, ନିର୍ଦ୍ଦେଶକ ତଥା ଅଭିନେତା ମନୋଜ କୁମାର ପାଢୀ (ମୁନ୍ନା), ଆଦର୍ଶ ଦାଶ, ବର୍ଗୀୟ ପ୍ରବୀଣ ପଣ୍ଡାଙ୍କ ଭାଇ ତଥା ଅଭିନେତା ପ୍ରମୋଦ ଚନ୍ଦ୍ର ପଣ୍ଡା, ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଆଇନ ଜିବୀ ଏମ୍‌.ପୃଥୀବିରାଜ, ରଜତ କୂମାର ପାତ୍ର, ମାତାଙ୍ଗିଣି ଗୁରୁ, ସୁଜିତ ପାଣିଗ୍ରାହୀ, ହରିହର ପଟ୍ଟନାୟଜ, ନରସିଂହ ପ୍ରସାଦ ପଟ୍ଟନାୟକ ପ୍ରମୁଖଙ୍କ ସମେତ ଚହୁ ନାଟ୍ୟ ପ୍ରେମୀ, କଳାଜାର ମାନେ ଉପସ୍ଥିତ ରହି ସ୍ୱର୍ଗତ ପଣ୍ଡାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ । ଏହାସହ ନିରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ପଣ୍ତା ଜଣେ ଏକା ଧାରରେ ନାଟ୍ୟଜାର, କଳାଜାର, ତଥା ନାଟ୍ୟ ସଂଗଠକ, ନିର୍ଦ୍ଦେଶକ ରହିଥିଚା ବେଳେ ଶତାଧିକ ନାଟକରେ ନିଜର ନିଖୁଣ ଅଭିନୟ, ୫୦ ରୁ ଉର୍ଦ୍ଧ ସାମାଜିକ ନାଟକରେ ନିର୍ଦ୍ଦେଶନା, ସଚେତନତା ମୂଳକ ନାଟକ ସମେତ କର୍ମମୟ ଜୀବନରେ ଜଣେ ଶିକ୍ଷଜ ରୂପେ ଜାର୍ଯ୍ୟରତ ଥିଲେ । ସେ ଶିକ୍ଷକତା ଜୀଚନରେ ଯେଉଁ ଯେଉଁ ସ୍ଥାନକୁ ସ୍ଥାନାନ୍ତରିତ ହେଉଥିଲେ ବା ଯେଉଁ ବିଦ୍ୟାଳୟକୁ ଯାଉଥିଲେ ସେଠାରେ ଉନ୍ନତ ମାନର ପାଠ ପଢାଇବା ସହ ସେହି ଗ୍ରାମରେ ନାଟ୍ୟ ମଣ୍ଡଳି ଗଠନ କରି ନାଟକକୁ ଚଲାଇ ରଖୁଥିଲେ । ସମ୍ପ୍ରତି ଟେଲିଭିଜନ ଓ ଅନ୍‌ଲାଇନ୍‌ ସିନେମା ଯୁଗରେ ମଧ୍ୟ ସେ ନାଟକକୁ ଚଳାଇବା ପାଇଁ ତାଙ୍କ ଉଦ୍ଦ୍ୟମଳୁ ମନେ ପକାଯାଇଥିଲା । ଏହାସହ ସେ ବିଭିନ୍ନ ଜାତୀୟ ନାଟକ ପ୍ରତିଯୋଗୀତା ତଥା ଆଲ୍ଲାବାତ ପ୍ରବୃତି ସ୍ଥାନରେ ମଧ୍ୟ ନାଟକ ପରିବେଷଣ କରୁଥିଲେ । ସବୁଠାରୁ ମୁଖ୍ୟ କଥା ହେଲା ଗଜପତି ଜିଲ୍ଲା ତଥା ପାରଳାଖେମୁଣ୍ଡି ସହର ଏକ୍‌ ଉପାନ୍ତରଳ ହୋଇଥିବାରୁ ଏଠାରେ ଓଡିଆ ନାଟକକୁ ପରିଚେଷଣ କରିବାରେ ସେ ମାହିର ଥିଲେ | ସଂଗଠନ ଠାରୁ ଆରମ୍ଭ କରି କଳାକାରଙ୍କୁ ଯୋଗାଡ କରିବା ଆଦି କାର୍ଯ୍ୟରେ ଲିପ୍ତ ଥିଲେ ଚୋଲି ସ୍ମୃତି ଚାରଣ କରାଯାଇଥିଲା । ତାଙ୍କ ବିୟୋଗରେ ଜିଲ୍ଲାର ସମଗ୍ର ନାଟ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି । ଏପରିକି ଏହି ସ୍ମୃତି ସଭାରେ ବାହାରେ ରହୁଥିବା ତାଙ୍କର ବନ୍ଦୁଗଣ ମାନେ ମଧ୍ୟ ଭିଡିଓ ଜଲ୍‌ ମାଧ୍ୟମରେ ଶୋକ ପ୍ରକଟ କରିଥିଲେ । ଉପସ୍ଥିତ ସମସ୍ତ କଳାଜାର, ନାଟ୍ୟ ଗୁରୁ, ସଙ୍ଗୀତ ଗୁରୁ ମାନେ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପାର୍ଥନା ଜରିବା ସହ ଶୋଜ ସନ୍ତପ ପରିଚାରଙ୍କୁ ଗଭୀର ସମବେଦନା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁର୍ଛନା ଜଳା ପରିଷଦର ହରିଦାସ ପାଣିଗ୍ରାହୀ ଏବଂ ସମଲେଇ ନୃତ୍ୟ କଳା ପରିଷଦର ବାଳକୃଷ୍ଣ ପାଣିଗ୍ରାହୀ ଏବଂ ଗଜପତି ଡ୍ୟାନ୍ସ ଟାଲେ ର ରାଜୁ ପାତାଲ ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ