କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲପ୍ରଂଟ ପକ୍ଷରୁ ବୈଜୟନ୍ତଙ୍କ ମନ୍ତବ୍ୟକୁ ନିନ୍ଦା

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲଫ୍ରଂଟର ପକ୍ଷରୁ ପୂର୍ବତନ ସାସଂଦ ବୈଜୟନ୍ତ ପଣ୍ଡାଙ୍କ ମନ୍ତବ୍ୟକୁ ନିନ୍ଦା କରାଯାଇଛି । ବିଜେପି ରାଷ୍ଟୀୟ୍ର ଉପାଧ୍ୟକ୍ଷ ଶ୍ରୀ ପଣ୍ଡା ଓଡିଶାକୁ ପାକିସ୍ଥାନ ସହ ତୁଳନା କରିବା ଘଟଣାକୁ ନେଇ ତାଙ୍କର ଏଭଳି ଦାୟିତ୍ୱ ହିନତା ପାଇଁ ସାରା ରାଜ୍ୟ ଆଜି ତାଙ୍କ କୁଶପୁତଳିକା ଦାହ ଆରମ୍ଭ କରିଛି । ଭାରତର ଚିରାଚରିତ ଶତ୍ରୁଭାବେ ପରିଚିତ ପାକିସ୍ତାକୁ ଜାଣି ମଧ୍ୟ ସାମାନ୍ୟ ସ୍ୱାର୍ଥପାଇଁ ଏହାକୁ ରାଜନୈତିକ ପ୍ରସଙ୍ଗ କରି ଶ୍ରୀ ପଣ୍ଡା ବିଜେଡି ଓ ଏହାର ନେତା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଦନାମ କରିବାକୁ ଚେଷ୍ଟା କରି ସଂପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ରାଜ୍ୟ ବିଜେଡି ଲିଗାଲଫ୍ରଂଟର ସଦସ୍ୟ ସଂଜୟ କୁମାର ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆବାହକ ଭୀମସେନ ଭୂୟାଁ, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ମନୋଜ କୁମାର ସାହୁ, ଗୋବର୍ଦ୍ଧନ ରାଉତ, ଗୋକୁଳି ରଂଜନ ଦାସ, ନିରଞ୍ଜନ ବଳ, ରମାକାନ୍ତ ସ୍ୱାଇଁ, ମାନସ ରଂଜନ ଧଳ, ସ୍ମୃତି ରଂଜନ ସିଂହ, ନିହାର ରଂଜନ ମହାପାତ୍ର, ସୁରେଶ ଚନ୍ଦ୍ର ନାୟକ, ଅରୁଣ ପ୍ରସାଦ ଦାସ, ଗୋଲଖ ପ୍ରଧାନ, ରମାକାନ୍ତ କାନୁନଗୋ , ଦିପକ କୁମାର ପ୍ରଧାନ, ଭିମସେନ ପ୍ରଧାନ, ସୁଶୀଲ ଦାସ, ଶିଶିର ମଲିକ, ପ୍ରଦ୍ୟୁମ୍ନ କୁମାର ସାମନ୍ତରାୟ, ରାଜେନ୍ଦ୍ର ମିଶ୍ର, ରବିନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଶ୍ରୀ ପଣ୍ଡା ଓଡିଶାକୁ ପାକିସ୍ତାନ ସହ ତୁଳନା କରି ସାଢେ ୪କୋଟି ଓଡିଆଙ୍କୁ ଅପମାନିତ କରିଛନ୍ତି ତେଣୁ ଏଭଳି ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି କହିବା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ବିଜେଡି ଲିଗାଲଫ୍ରଂଟ ପକ୍ଷରୁ ଦାବୀ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ