ପୁଣ୍ୟ ଏକାଦଶାହରେ ଗୋବିନ୍ଦ ଚନ୍ଦ୍ର ପରିଡା ଙ୍କୁ ବିପୁଳ ଶ୍ରଦ୍ଧାଞଳି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ବାରୋସ୍ଥିତ ଭାବଗ୍ରାହୀ କଳା ନିକେତନ ପରିସରରେ ପୁଣ୍ୟ ଏକାଦଶାହ ଅବସରରେ ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଗୋବିନ୍ଦ ଚନ୍ଦ୍ର ପରିଡାଙ୍କୁୁ ବିପୁଳ ଶ୍ରଦ୍ଧାଞଳି ଜ୍ଞାପନ କରାଯାଇଛି । ଭାବଗ୍ରାହୀ କଳା ନିକେତନ ଆନୁକୂଲ୍ୟରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ସଂଗୀତଜ୍ଞ ବିମଳ ପ୍ରସାଦ ପରିଡା ସଭାପତିତ୍ୱ କରି ଯୋଗଜନ୍ମା ଗୋବିନ୍ଦ ଚନ୍ଦ୍ରଂକ ନୀତିନିଷ୍ଠ ଆଦର୍ଶ ବ୍ୟକ୍ତିତ୍ୱ ସଂପର୍କରେ ଆଲୋଚନା କରିଥିଲେ । ପ୍ରାକ୍ତନ ମନ୍ତ୍ରୀ ତଥା ସୁବକ୍ତା ଗଣେଶ୍ୱର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦିବଂଗତ ଆତ୍ମାର ସଦ୍ଗତି କାମନା ପୂର୍ବକ ତାଂକୁ ଜଣେ ଆଦର୍ଶ ଶିକ୍ଷକ, ସ‘ଳ ଚାଷୀ, ସୁଦକ୍ଷ ଅଭିନେତା, ସମର୍ପିତ ସମାଜସେବୀ ଏବଂ ସ୍ୱୟଂ ସଂପୂର୍ଣ ମଣିଷ ଭାବରେ ବର୍ଣନା କରିଥିଲେ । ବିଶିଷ୍ଟ ସମାଜସେବୀ ପ୍ରଦୀପ କୁମାର ଦାଶ ମୁଖ୍ୟ ବକ୍ତା ଏବଂ ସମ୍ମାନୀତ ଅତିଥି ଭାବରେ ସତୀର୍ଥର ସଂପାଦକ କବି ମନ୍ମଥ ନାଥ ବରାଳ ଯୋଗଦେଇ ସ୍ମୃତି ଚାରଣ ଛଳରେ ସ୍ୱର୍ଗତ ପରିଡାଂକ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଂକ ମଧ୍ୟରେ ସମାଜସେବୀ ନିରଂଜନ ପରିଡା, ବାରୋର ପୂର୍ବତନ ସରପଂଚ ଚିତ୍ରସେନ ପରିଡା ଓ ଭାଗୀରଥି ଜେନା, ଘାଗରାର ପ୍ରାକ୍ତନ ସରପଂଚ ନାରାୟଣ ଚନ୍ଦ୍ର ପରିଡା, ବସନ୍ତ ପରିଡା,କବି ଅପର୍ତି ସେଠୀ, ଚିତରଂଜନ ପ୍ରଧାନ, ସ୍ୱର୍ଗତ ପରିଡାଂକ ସୁପୁତ୍ର କମଳାକାନ୍ତ ପରିଡା, ସରୋଜକାନ୍ତ ପରିଡା, ରାମନାରୟଣ ମହାନ୍ତି, ବିଜୟ ପରିଡା, ଅଶୋକ ମନ୍ତ୍ରୀ, ସଂଜୟ ପରିଡା, ରଂଜନ ବରାଳ,କୈଳାଶ ପରିଡା, ପଳସିଂହା ସରପଂଚ ପ୍ରତିନିଧି ଅଜିତ୍ କୁମାର ମହାପାତ୍ର, ବିଶ୍ୱଜିତ ପରିଡା, ଦିବଜ୍ୟୋତି ପରିଡା, ସଂଗୀତା ପରିଡା, ଦୟାନିଧି ପରିଡା, ରଂଜନ ଜେନା, ଭୀମସେନ ପ୍ରଧାନ, ବିଶାଲ ପରିଡା,ସତ୍ୟଜିତ୍ ପରିଡା ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ । ବିଶିଷ୍ଟ ଗାୟୀକା ନିରୁପମା ଜେନା ଶ୍ରଦ୍ଧାଞଳି ସଂଗୀତ ପରିବେଷଣ କରିଥିଲେ । ସଭା ଆରମ୍ଭରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଦିବଂଗତ ଆତ୍ମାର ସଦ୍ଗତି କାମନା କରାଯାଇଥିଲା । ଭାବଗ୍ରାହୀ କଳା ନିକେତନର ଶିଳ୍ପୀମାନେ ଭଜନ ଗାଇଥିଲୋ ଏବଂ ଶେଷରେ ବିକ୍ରମ କେଶରୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ