ଟାଟାଷ୍ଟିଲ ର ନିଆରା କାର୍ଯ୍ୟକ୍ରମ
ଯୋଡ଼ା-୧୨ତମ ଟାଟା ସ୍ୱେଚ୍ଛାସେବା ସପ୍ତାହ ପାଳନ ଅବସରରେ ଟାଟା ଷ୍ଟିଲ ଯୋଡ଼ାର ଅଧିକାରୀମାନେ ଯୋଡ଼ାଠାରେ ଅବସ୍ଥିତ ଯୋଡ଼ା ପଶ୍ଚିମ ହିନ୍ଦୀ ୟୁପିଏମ୍ଇ ବିଦ୍ୟାଳୟର ପ୍ରଥମ ଶ୍ରେଣୀରେ ପଢୁଥିବା ପିଲାମାନଙ୍କ ସହିତ ଗୋଟିଏ ଦିନ ଅତିବାହିତ କରିଛନ୍ତି । ପିଲମାନଙ୍କ ସହିତ ହସ ମଜା କରିବା ସହିତ ଅଧିକାରୀମାନେ ସେମାନଙ୍କୁ ଖାତା ଓ ଚକଲେଟ୍ ପ୍ରଦାନ କରିଥିଲେ । ଟାଟା ଷ୍ଟିଲ ଯୋଡ଼ା ମୁଖ୍ୟ ଶ୍ରୀ ରାଜେଶ କୁମାରଙ୍କ ସହିତ ଯୋଡ଼ା ପୂର୍ବ ସିଭିଲ ଓ ଷ୍ଟ୍ରକ୍ଚରାଲ ବିଭାଗ ମୁଖ୍ୟ ଶ୍ରୀ ଅନୀଲ ପ୍ରସାଦ, ଜେସିଓ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଶ୍ରୀ ଏଚ୍ କେ ନାୟକ, ପ୍ରଶାସନ ବିଭାଗ ପ୍ରବନ୍ଧକ ଶ୍ରୀ ଷ୍ଟାନଲେ ବେଞ୍ଜାମିନ୍ ଓ ଟାଟା ଷ୍ଟିଲ ଏବଂ ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା (ଟିଏସ୍ଆରଡିଏସ୍)ର ଅଧିକାରୀମାନେ ଉପସ୍ଥିତ ଥିଲେ । ବିଶ୍ୱସ୍ତରରେ ଥିବା ଟାଟା କର୍ମଚାରୀ ଓ ସେମାନଙ୍କ ପରିବାର ଏବଂ ଅବସରପ୍ରାପ୍ତ ଟାଟା ସହକର୍ମୀଙ୍କୁ ସ୍ୱେଚ୍ଛାସେବା କାର୍ଯ୍ୟରେ ଯୋଗାଦାନ ସ୍ୱରୁପ ପ୍ରତି ବର୍ଷ ମାର୍ଚ୍ଚ ଓ ସେପ୍ଟେମ୍ବର ମାସରେ ଟାଟା ସ୍ୱେଚ୍ଛାସେବା ସପ୍ତାହ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଯୋଡ଼ାଠାରେ ସଚେତନତା ଅଧିବେସନ, ରକ୍ତଦାନ ଶିବିର ଓ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଭଳି ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ କରାଯିବ ।