ସ୍ୱାଧୀନତା ଦିବସରେ ଯୁବ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

ହାଟଡିହି (ଓ୍ବାଇଏନଏସ):  ୮୦ତମ ସ୍ୱାଧୀନତା ଦିବସ ଉତ୍ସବ ପାଳନ ଅବସରରେ  ଯୁବ ସାମ୍ବାଦିକ ପାର୍ଥ ସୌରଭ ସାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଆନନ୍ଦପୁର ଉପଜିଲ୍ଲାପାଳ ନୀଳମାଧବ ସୁନା ଓ ଉପଖଣ୍ଡ ପୋଲିସ ଅଧିକାରୀ କମଳ କୁମାର ପଣ୍ଡା ଯୁବ ସାମ୍ବାଦିକ ପାର୍ଥ ସୌରଭ ଶାଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ସକ୍ରିୟ ଭୂମିକା ଓ ସମାଜ ପ୍ରତି ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ଯୁବ ସାମ୍ବାଦିକଙ୍କ ମନୋବଳ ବୃଦ୍ଧି ସହ ସାମ୍ବାଦିକତା କ୍ଷେତ୍ରରେ ଆହୁରି ଉତ୍ସାହର ସହ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଛି। ତାଙ୍କୁ ଏପରି ସମ୍ବର୍ଦ୍ଧନା ମିଳିବା ପରେ ସାମ୍ବାଦିକ କିଶୋର ଆଚାର୍ଯ୍ୟ, ଶତ୍ରୁଘ୍ନ ସାହୁ, ନାରାୟଣ ସାହୁ, ସନ୍ତୋଷ ରାଉତ, ସ୍ଵପ୍ନେଶ୍ଵର ପଣ୍ଡା, ଦିଲ୍ଲୀପ ମିଶ୍ର, ଶୁଭକାନ୍ତ ନାୟକ, ବିକାଶ ବିଶ୍ୱାଳ, ସୌମ୍ୟ ରଞ୍ଜନ ଆଚାର୍ଯ୍ୟ, ଅମୀୟ ବରାଳ, ମନମୋହନ ନାୟକ, ଅନନ୍ତ ଚରଣ ପହିଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ