ଵାଲେଶ୍ୱେରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ତୂଫାନୀ ପ୍ରଚାର

ଵାଲେଶ୍ୱେର.(ଓ୍ବାଇଏନ୍ଏସ୍):ଭାରତ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ମାନନୀୟ ଧର୍ମେନ୍ଦ୍ର ପ୍ରଧାନ ଆଜି ବିଜେପି ପାର୍ଥି ମାନସ କୁମାର ଦତ୍ତଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି l ପ୍ରାରମ୍ଭିକ ପ୍ରଚାର କାର୍ଯ୍ୟକ୍ରମ ରୁପ୍ସା ଦଲଦଲି ପଡ଼ିଆରୁ ଆରମ୍ଭ କୁରାଡ଼ି ହୋଇ ପଞ୍ଚମୀ ପଡିଆ ସାର୍ଥା ତାପରେ ଵାଲେଶ୍ୱେର ନଗରର ବାଣେଶ୍ୱେର ମନ୍ଦିର ପ୍ରାଙ୍ଗଣରେ ଶେଷ କରିଛନ୍ତି l ତାଙ୍କ ସହିତ ବିଜେପି ପାର୍ଥି ମାନସ ଦତ୍ତ ସମସ୍ତ ସଭା ସମିତିରେ ଛାୟା ସଦୃଶ ରହିଥିଲେ l ଆଜିର ପ୍ରଚାର ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ କହିଥିବା ବ୍ୟକ୍ତବ୍ୟର ସାରାଂଶ

:- ଜ଼ିଲ୍ଲାରେ ମୋଟ ୩୭୩ଟି ଡାକ୍ତର ପଦବୀ ଥିବାବେଳେ ସେଥିରୁ ୧୯୦ ପଦବୀରେ ଡାକ୍ତର ନାହାଁନ୍ତି
:- ଜନନୀ ସୁରକ୍ଷା ଯୋଜନାରେ ୩4.୨% ମହିଳା ପ୍ରସବ କାଳୀନ ଆର୍ଥିକ ସହାୟତାରୁ ବଞ୍ଚିତ
:- ମୌଳିକ ସୁବିଧା ସୁଯୋଗର ଅଭାବ କାରଣରୁ ଜିଲ୍ଲାର ୪୨.୭% ଗର୍ଭବତୀ ମହିଳା ଆଣ୍ଟି ନାଟାଲ୍ ସେଣ୍ଟର (ANC) ଗସ୍ତ କରି ପାରନ୍ତି ନାହିଁ
:- କୋଭିଡ଼ ଚିକିତ୍ସା ପାଇଁ କେନ୍ଦ୍ର ସରକାର ୫୬୭ଟି ଭେଣ୍ଟିଲେଟର ଯୋଗାଇ ଦେଇଥିବା ବେଳେ ସେଥିରୁ ରାଜ୍ୟ ସରକାର ମାତ୍ର ୧୪୭ ଟିକୁ ଉପଯୋଗ କରିଛନ୍ତି। ୪୨୦ଟି ଭେଣ୍ଟିଲେଟର ଏଯାଏଁ ବ୍ୟବହାର ହେଇପାରିଲା ନାହିଁ
:- ଜିଲ୍ଲା ମେଡିକାଲ ଗୁଡିକରେ ଆଧୁନିକ ଚିକିତ୍ସା ଆନୁସଙ୍ଗିକ ନଥିବା ଯୋଗୁଁ ରୋଗୀଙ୍କୁ କଟକ ରେଫର କରି ଦିଆଯାଉଛି, ଲୋକ କଟକ ବଡ ମେଡିକାଲକୁ ଯିବା ରାସ୍ତାରେ ପ୍ରାଣ ହରାଉଛନ୍ତି, ତେବେ ଏଠାରେ ମେଡିକାଲ କଲେଜ କୋଉ କାମରେ ?
:- ଗରିବ ଲୋକଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଥିଲେବି ସରକାରଙ୍କ ସହ ଅନୁବନ୍ଧିତ ଥିବା ଘରୋଇ ମେଡିକାଲ ସେ କାର୍ଡକୁ ଗ୍ରହଣ କରୁନାହିଁ କି ଚିକିତ୍ସା ସୁବିଧା ଯୋଗାଉନାହିଁ
:- ଆୟୁଷମାନ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ରାଜ୍ୟ ସରକାର ସହମତ ହୋଇଥିଲେ ରାଜ୍ୟର ୬୦ଲକ୍ଷ ହିତାଧୀକାରୀ ମାଗଣାରେ ଉଚ୍ଚସ୍ତରୀୟ ଚିକିତ୍ସା ସୁବିଧା ପାଇଥାନ୍ତେ କିନ୍ତୁ ରାଜନୈତକ ଅହଂକାର କାରଣରୁ ଓଡିଆ ଜାତିକୁ ଏଥିରୁ ବଞ୍ଚିତ କରାଯାଇଛି
:- ଦୀର୍ଘ ୨୦ ବର୍ଷ ଶାସନ ପରେ ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ ନକରି ସ୍ୱାସ୍ଥ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ଏବେ ପୁଣି ରଙ୍ଗୀନ ସ୍ୱପ୍ନ ଦେଖାଇବା ଦୁର୍ଭାଗ୍ୟଜନକ
:-ଜିଲ୍ଲାରେ ଥିବା ମେଡିକାଲରେ ରୋଗୀଟିଏ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଥିବାରୁ ବାଧ୍ୟ ହୋଇ ଘରୋଇ ମେଡିକାଲକୁ ଯାଉଛି
:- ସ୍ୱାସ୍ଥ୍ୟ ବିଭାଗକୁ 5-T ରେ ସାମିଲ କରାଯିବା ପରେ ବି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଉପରେ କୌଣସି ପ୍ରଭାବ ପଡିନାହିଁ
:- ନ୍ୟାସନାଲ ଫାମିଲି ହେଲଥ ସର୍ଭେର ତଥ୍ୟ ଅନୁଯାୟୀ ବାଲେଶ୍ୱର ଜିଲ୍ଲାର ୩୩.୨ ପ୍ରତିଶତ ୫ ବର୍ଷରୁ କମ୍ ଶିଶୁଙ୍କର ବୟସ ତୁଳନାରେ ଉଚ୍ଚତାରେ ଅଭିବୃଦ୍ଧି ହୋଇନାହିଁ
:- ବାଲେଶ୍ୱର ଜିଲ୍ଲାରେ ଗର୍ଭବତୀ ମହିଳାମାନଙ୍କ ସାସ୍ଥ୍ୟସେବା ଆହୁରି ସଙ୍କଟପନ୍ନ
:- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜିଲ୍ଲାରେ ଏମ୍ସ ହସ୍ପିଟାଲର ଭିତିପ୍ରସ୍ତର ସ୍ଥାପନା କରି ଜିଲ୍ଲାବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର କାର୍ଯ୍ୟ କରିଛନ୍ତି
:- କେବଳ କୋଭିଡ୍ ପରିଚାଳନା ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ୧୦୨ କୋଟି ଦେଇଛନ
:- ଅମୃତ ଯୋଜନାରେ ଗତ ପାଞ୍ଚ ବର୍ଷରେ କେନ୍ଦ୍ର ସରକାର ୮୮୫ କୋଟି ଟଙ୍କା ପ୍ରଦାନ କରିଛନ୍ତି
:- ସୌନ୍ଦର୍ଯ୍ୟ କାରଣ ପାଇଁ ୪ଟି ପାର୍କର ସାମଗ୍ରିକ ଉନ୍ନତିକରଣ ହେବାର ଥିଲା କିନ୍ତୁ ଏକ ଛୋଟିଆ ପାର୍କର ସାମାନ୍ୟ କାମ ବାଦେ କିଛି ହେଇପାରିଲା ନାହିଁ
:- ବୁଢାବଳଙ୍ଗ ନଦୀରୁ ପାଇପ୍ ଯୋଗେଁ ଜଳ ଯୋଗାଣ ବ୍ଯବସ୍ଥାର ମୂଳ ଯୋଜନାକୁ ଅଯଥାରେ ବଦଳାଇ ଦିଆଯାଇଛି, ସହର ମଧ୍ୟରେ ବିଛି ଯାଇଥିବା ପାଇପ୍ ବିଛା କାର୍ଯ୍ୟ ଅତି ନିମ୍ନ ମାନର କରାଯାଇ ବ୍ଯାପକ ଦୁର୍ନୀତି ହୋଇଛି।
:- ୭ କୋଟିରୁ ଉର୍ଦ୍ଧ ବଜେଟର ସିଟି ବସ ସେବା ମାତ୍ର ଗୋଟିଏ ମାସ ପରେ କାହିଁକି ବନ୍ଧହେଲା ? ବସ ଗୁଡିକ ଏବେ ଖତ ଖାଉଛି
:- ଫଳରେ ପ୍ରକୃତ ହିତାଧିକାରୀ ସରକାରୀ ଯୋଜନା ପାଇବାରୁ ବଂଚିତ ହେଉଛି
:- ସାଧାରଣ ଲୋକେ ମୌଳିକ ସୁବିଧା ସୁଯୋଗ ପାଇବାରୁ ବଂଚିତ ହେଉଛନ୍ତି
:- ଦୀର୍ଘ ବର୍ଷ ବର୍ଷ ଧରି ନାଳ ମହାନାଳର ସଂସ୍କାର ହୋଇ ନଥିବାରୁ ଅସରାଏ ବର୍ଷରେ ବାଲେଶ୍ବର ସହର ଭାସୁଛି
:- ଚାଷୀଙ୍କ ପାଇଁ ନା ଅଛି ଜଳସେଚନ ବ୍ୟବସ୍ଥା ନା ଅଛି ଶିତଳ ଭଣ୍ଡାର
:- ରାଜନୈତିକ ହସ୍ତକ୍ଷେପ କାରଣରୁ ଜିଲ୍ଲାର ପୋଲିସ ପ୍ରଶାସନ ଏକ ପ୍ରକାରର ପଙ୍ଗୁ ଅବସ୍ଥାରେ, ଯାହାର ସୁଯୋଗରେ ଆମ ଜିଲ୍ଲା ଏବେ ଅନ୍ତର୍ରାଷ୍ଟୀୟ ବ୍ରାଉନସୁଗର ହବରେ ପରିଣତ ହେଇଛି
:- ବିଧବା ଭତ୍ତା ଠୁଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଏମିତି କୌଣସି ଯୋଜନା ନାହିଁ ଯେଉଁଥିରେ ସାଧାରଣ ଲୋକଙ୍କୁ ବିଜେଡ଼ି ଦଲାଲଙ୍କୁ ହାତଗୁଞ୍ଜା ଦେବାକୁ ପଡୁନାହିଁ
:- ସହରରୁ ଗ୍ରାମାଞ୍ଚଳ ସବୁ ସ୍ଥାନରେ ରାସ୍ତା ଘାଟର ଅବସ୍ଥା ଶୋଚନୀୟ , ସେଥିପ୍ରତି ସରକାରଙ୍କ କୌଣସି ନିଘା ନାହିଁ
:- ୨୧ ବର୍ଷ ଧରି ଶାସନ ପରେ ମଧ୍ୟ ସବୁ ଗ୍ରାମରେ ଶୁଦ୍ଧ ପାନୀୟ ଜଳର ବ୍ଯବସ୍ଥା ନାହିଁ
:- ସହରରେ ଯାହାବି କିଛି କାମ ହେଉଛି ତାହା ବିନା ମାଷ୍ଟର ପ୍ଳାନରେ ତେଣୁ କାର୍ଯ୍ୟର ସୁଫଳତା ଆସୁନାହିଁ
:- ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ସମାଲୋଚନା କରି କହିଥିଲେ ଯେ ଅହଂକାରିକୁ ଭାଗବାନ ସଦ୍ବୁଦ୍ଧି ଦିଅନ୍ତୁ
:- କାହାର ମୃତ୍ୟୁ ରୁ ସୁଯୋଗ ଖୋଜିବା ଅତ୍ୟନ୍ତ ନିରାଶଜଣକ
:- ଵାଲେଶ୍ୱେରକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବିଶ୍ୱ ସ୍ତରୀୟ ମାଛ ବ୍ୟବସାୟର କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି

ଆଗାମୀ ନିର୍ବାଚନରେ ବିଜେପି ପାର୍ଥି ମାନସକୁ ବିଜୟୀ କରାଇବା ପାଇଁ କେନ୍ଦମନ୍ତ୍ରୀ ଭୋଟରଙ୍କୁ ନିବେଦନ କରିବା ସହିତ ଲୋକଙ୍କୁ ବିଶ୍ୱାସ ଦେଇଥିଲେ କି ଏଠାରେ ବିଜେପି ବିଜୟୀ ହେଲେ ସଦର ନିର୍ବାଚନ ମଣ୍ଡଳୀର ମୌଳିକ ସୁବିଧା ସୁଯୋଗ ବାହାଲ କରିବା, ସରକାରୀ ଯୋଜନାରୁ ଦୁର୍ନୀତିକୁ ଲୋପ କରିବା ପାଇଁ ବିଜେପି ବଦ୍ଧପରିକର ବୋଲି ଲୋକଙ୍କ ବିଶ୍ୱାସ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ