ଯୁଗାବ୍ଦ କାର୍ଜ୍ୟାଳୟରେ ବିଶ୍ୱକର୍ମା ପୁଜା ପାଳିତ
(ଯୁଗାବ୍ଦ ନ୍ୟୁଜ) : ମଙ୍ଗଳବାର ଯୁଗାବ୍ଦ କାର୍ଜ୍ୟାଳୟ ପରିସରରେ ବିଶ୍ୱ ନିୟନ୍ତା ମହାପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ଧୁମଧାମରେ ପାଳିତ ହୋଇଯାଇଛି । କାର୍ଜ୍ୟକ୍ରମରେ ଯୁଗାବ୍ଦ ଦୈନିକ ଖବର କାଗଜର ସଂପାଦକ ଡାକ୍ତର ସୁବାସ ଚନ୍ଦ୍ର ସାହୁ, ଯୁଗାବ୍ଦ ୱେବ ପୋର୍ଟାଲର ସଂପାଦକ ଶ୍ରୀ ଲୋକନାଥ ମିଶ୍ର, ଭୂବନେଶ୍ୱର ନଗର ପ୍ରତିନିଧି କେ, ରବି କୁମାରଙ୍କ ସମେତ ବହୁ ଜିଲ୍ଲାର ପ୍ରତିନିଧି, ବ୍ଲକ ପ୍ରତିନିଧି ଓ କର୍ମଚାରୀ ମାନେ ଉପସ୍ଥିତ ରହି ବୈଦିକ ରୀତିନୀତି ନିୟମାନୁଯାୟୀ ପୂଜାର୍ଚ୍ଚନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କେବିଓଆରପି ଗୃପର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ବନିତା କୁମାରୀ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।


