ଗଂଜାମ-କନ୍ଧମାଳ ସୀମାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ; କମ୍ବିଂ ଅପରେସନ୍ ଜାରି
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଗଂଜାମ ଓ କନ୍ଧମାଳ ସୀମାରେ ଶୁକ୍ରବାର ଦିନ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଥିବା ସୂଚନା ମଳିଛି। ଗଂଜାମ ସୀମା ଓ କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଅଂଚଳରେ ଏହି ଗୁଳି ବିନିମୟ ହୋଇଛି । ଜଙ୍ଗଲରେ ମାଓବାଦୀମାନେ ଚଳପ୍ରଚଳ କରୁଥିବା ନେଇ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ କମ୍ବିଂ ଅପରେସନ୍ ଆରମ୍ଭ ହୋଇଥିଲା । ପୁଲିସର କମ୍ବିଂ ଅପରେସନ୍ ବେଳେ ମାଓବାଦୀମାନେ ଗୁଳିଚାଳନା କରିଥିଲେ । ପୁଲିସ ବାହିନୀ ପକ୍ଷରୁ ଏହାର ଜବାବ ଦିଆଯାଇଥିଲା । ଗୁଳି ବିନିମୟ ନେଇ ଦକ୍ଷିଣାଂଚଳ ଡିଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ପୁଲିସ୍ର ଅପରେସନ ଜାରି ରହିଛି ।


