ଈଣ୍ଡୋର ଷ୍କାଡିୟମ ରେ ଉଦଘାଟନ ପୂର୍ବରୁ ଅଘଟଣ; ଛୁଇଁ ଲେ ଢଳି ପଡୁଛି ଗେଟ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ବୃନ୍ଦାବନ ବିଦ୍ୟାପିଠ ଖେଳ ପଡ଼ିଆ ପରିସରରେ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଅର୍ନ୍ତବାସୀ କ୍ରୀଡ଼ାଙ୍ଗନ ଆସନ୍ତା ୨ ତାରିଖରେ ଭିଡ଼ିଓ କନଫେରନ୍ସ ମାଧ୍ୟମରେ ଉଦଘାଟନ ହେବାକୁ ଥିବା ବେଳେ ଶନିବାର ସଂନ୍ଧ୍ଯାରେ ଏକ ଟାଟା ଏସି ଗାଡି ରେ ଉଦଘାଟନ ନିମନ୍ତେ ଆସଵା ପତ୍ର ଆସିଥିଲା | ଈଣ୍ଡୋର ଷ୍ଟାଡିୟମ ରେ କାଯ୍ୟରତ ସିକ୍ୟୁରିଟି ଗାର୍ଡ ରବିନାରାୟଣ ପାଳ ଗେଟ ଖୋଲିଥିଲେ । ହଠାତ୍ ଗେଟଟି ଢଳି ରଵିଙ୍କ ଅଣ୍ଟା ଉପରେ ପଡ଼ି ଚାପି ହୋଇଯାଇଥିଲେ। ରବି କଷ୍ଟ ଅନୁଭବ କରି ଚିତ୍କାର କରିଥିଲେ । ପଡ଼ିଆରେ ଖେଳୁଥିବା ଖେଳାଳି ମାନେ ଚିତ୍କାର ଶୁଣି ରବିଙ୍କୁ ଉଧ୍ୟାର କରି ହିଞିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ରେ ଭତି କରାଇ ଚିକିତ୍ସା କରିଥିଲେ । ଗତ ୨୩ ରିଖ ଶୁକ୍ରବାର ଦିନ କ୍ରୀଡ଼ା ଓ ଯୁବ ବ୍ୟାପାର ନିର୍ଦ୍ଦେଶକ ଆର. ଭିନିଲ କ୍ରୀଷ୍ଣା ହିଞ୍ଜିଳି ଗସ୍ତ କରି ନବ ନିର୍ମିତ ଅର୍ନ୍ତବାସୀ କ୍ରୀଡ଼ାଙ୍ଗନର ସମୀକ୍ଷା ଫେରିଛନ୍ତି । ଶୁକ୍ରବାର ପୂର୍ବାହ୍ନରେ କ୍ରୀଡ଼ା ଓ ଯୁବ ବ୍ୟାପାର ନିର୍ଦ୍ଦେଶକ ଆର. ଭିନିଲ କ୍ରୀଷ୍ଣା ଇନଡ଼ୋର ଷ୍ଟାଡ଼ିୟମ ବୁଲି ଦେଖିବା ସହ ନିର୍ମାଣ କାର୍ଯ୍ୟ ଶୈଳୀ ଓ ବ୍ୟବହାର କରାଯାଇଥିବା ବିଭିନ୍ନ ଉପକରଣର ମାନ ପରୀକ୍ଷା କରିଥିଲେ । ଗତ ୧୪ ଏପ୍ରିଲ ୨୦୧୭ ତାରିଖରେ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ହିଞ୍ଜିଳି ଗସ୍ତରେ ଆସି କ୍ରୀଡ଼ାର ବିକାଶ ଓ ସ୍ଥାନୀୟ ଅଂଚଳର କ୍ରୀଡ଼ାବିତ୍‌ଙ୍କୁ ଅଧିକ ସୁଯୋଗ ପ୍ରଦାନ ଲକ୍ଷ୍ୟରେ ସ୍ଥାନୀୟ ପୌରାଂଚଳ ବୃନ୍ଦାବନ ବିଦ୍ୟାପିଠ ଖେଳ ପଡ଼ିଆ ପରିସରରେ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟ ଅଟକଳରେ ଅର୍ନ୍ତବାସୀ କ୍ରୀଡ଼ାଙ୍ଗନ ନିର୍ମାଣ ସକାଶେ ଭିତପ୍ରସ୍ତର ସ୍ଥାପନ କରିଥିଲେ । ଏହିିମଧ୍ୟରେ ଟିକେ ପଵନ ବହେ ଓ ଅଧିକ ପରିମାଣରେ ବର୍ଷା ହେଲେ କାନ୍ଥ ଗ୍ରାନାଈଟ ପଡିିିିବା ସହ କାନ୍ଥ ଭୁଷୁଡିବାର  ନଜର଼ ରହିଛି। ବାରମ୍ବାର ଅଭିଯୋଗ ମଧ୍ୟ ହୋଇଛିି । ଭଭିତିପ୍ରସ୍ଥର ସ୍ଥାପନର ଦୀର୍ଘ ଅଢେଇ ବର୍ଷ ବ୍ୟବଧାନ ପରେ ଉଦଘାଟନ ହେବା ପୂୂର୍ବରୁ ଅଘଟଣ କ୍ରିଡା ପ୍ରେମିଙ୍କ ମଧ୍ୟରେେ ଭୟର ବାତାବରଣ ସୃଷ୍ଟି କରିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ