୨ ଦୂର୍ଘଟଣାରେ ୫ ଆହତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରବିବାର ସକାଳେ ହିଞ୍ଜିଳି ଥାନା ଅଂଚଳର ୨ଟି ପୃଥକ ସ୍ଥାନରେ ଦୂର୍ଘଟଣା ଘଟି ୫ ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ପୌରାଂଚଳ ରଜାସାହି ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ଘଟି ୩ଜଣ ଆହତ ହୋଇଥିଲେ । ଆହତ ମାନେ ହେଲେ ହିଞ୍ଜିଳିକାଟୁ ହରିଜନ ସାହିର ବିକି ନାୟକ (୨୭), ନିଳମାଧବ ବେହେରା (୨୫) ଓ କବିସୂର୍ଯ୍ୟନଗର ଥାନା ପଥରା ଗ୍ରାମର ଶିବରାମ ପାତ୍ର (୩୫) । ସେହିପରି ହିଞ୍ଜିଳିକାଟୁ ଅଂଚଳର ୩ଜଣ ବାଇକ ଯୋଗେ ସମରଝୋଳ ଚକ୍ଷୁ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଯାଉଥିବା ସମୟରେ ସ୍ଥାନୀୟ ଥାନା ତଥା ୫୯ ନଂ ଜାତୀୟ ରାଜପଥ ପୋଚିଲିମା ଛକ ନିକଟରେ ପଛପଟୁ ଏକ ମୋଟର ସାଇକେଲ ଦୃତ ଗତିରେ ଆସି ବାଇକକୁ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ଦୂର୍ଘଟଣାରେ ହିଞ୍ଜିଳିକାଟୁ ଅଂଚଳର ସ୍ୱପ୍ନା ବେହେରା (୨୭) ଓ କବିତା ବେହେରା (୧୬) ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ନିଳମାଧବ ଓ ସ୍ୱପ୍ନାଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଦୂର୍ଘଟଣା ସ୍ଥଳରେ ପୁଲିସ ପଂହଚି ଘଟଣାର ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ