ଦୁର୍ବୁତଙ୍କ ଦ୍ୱାରା ୩ଟି ବାଇକ ଓ ୨ଟି କାର ପୋଡି ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଟାଉନ ଥାନା ଅନ୍ତର୍ଗତ ରଣପଡା ଗ୍ରାମର ଜନୈକ ବ୍ୟକ୍ତିଙ୍କ ବାସଭବନ ପରିସରରେ ଥିବା ୩ଟି ବାଇକ ଓ ୨ଟି କାରରେ କୈାଣସି ଦୁର୍ବୁତ ଗତ ଶନିବାର ରାତିରେ ନିଆଁ ଲଗୋଇଦେବାରୁ ୩ଟି ବାଇକ ପୋଡି ଯାଇଥିବା ବେଳେ କାର ୨ଟି ଅଳ୍ପକେ ରକ୍ଷା ପାଇଯାଇଥିବା ସୂଚନା ମିଳିଛି । ଟାଉନ ଥାନାରେ ହୋଇଥିବା ଅଭିଯୋଗ ଅନୁଯାଇ ଗତ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୁତ ରଣପଡା ଗ୍ରାମର ସେକ ଲିଆକତ ଅଲ୍ଲୀଙ୍କ ବାସଭବନ ପରିସରରେ ଥିବା ୩ଟି ବାଇକ ଓ ୨ଟି କାରରେ ଅଗ୍ନି ସଂଯୋଗ କରିଦେଇଥିଲା । ନିଆଁ ଲାଗି ଜଳିବା ଓ ଧୁଆଁ ବାହାରିବାରୁ ସେ ନିଦରୁ ଉଠି କାର ଦୁଇଟି ଉପରେ ପାଣି ପକାଇବାରୁ ଅଳ୍ପକେ କାର ୨ଟି ରକ୍ଷା ପାଇଯାଇଥିବା ବେଳେ ବାଇକ ୩ଟି କିନ୍ତୁ ନିଆଁରେ ପୋଡିଯାଇଛି । ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଥିବା ଟାଉନ ଥାନାର ସବଇନିସପେକ୍ଟର କାଦମ୍ବିନି ପରିଡା ସୂଚନା ଦେଇଛନ୍ତି ।ଏହି ଘଟଣା ୨ଟି ଗୋଷ୍ଠି ମଧ୍ୟରେ ପୂର୍ବରୁ ଚାଲିଥିବା ଶତୃତାକୁ ନେଇ ହୋଇଥାଏ ବୋଲି କେତେକ ଆଲୋଚନା କରୁଥିବା ବେଳେ ଅନ୍ୟ କେତେକ ଦାଦାବଟି ନଦେବାରୁ ଏଭଳି ହୋଇଥିବା ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ