ମୁହାଁମୁହିଁ ବାଇକ ଧକ୍କାରେ ଯୁବକର ମୃତ୍ୟୁ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ମୁହାଁମୁହିଁ ୨ଟି ବାଇକର ଧକ୍କା ହେବା ଫଳରେ ଜଣେ ବାଇକଚାଳକ ଯୁବକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ ପାଟକୁରା ଥାନା ଅନ୍ତର୍ଗତ ଗୈାଡଗାଁ ଗ୍ରାମର କୁଳମଣି ରାଉତଙ୍କ ପୁଅ ପ୍ରସନ୍ନ କୁମାର ରାଉତ(୪୩) ଶନିବାର ରାତିରେ ପାରାଦୀପରୁ ଗ୍ରାମକୁ ଏକ ବାଇକରେ ଫେରୁଥିବା ବେଳେ କଳପଡା ପୋଲ ନିକଟସ୍ଥ ରାସ୍ତାରେ ଅନ୍ୟ ଏକ ବାଇକ ତାଙ୍କୁ ମୁହାଁମୁହିଁ ଧକ୍କା ଦେବାରେ ତାଙ୍କୁ ଗୁରୁତ୍ତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ସଦର ଥାନା ପୋଲିସ ଥାନା କେଶ ନମ୍ବର ୨୬୦/୨୦୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ