ବାଇକ ଦୂର୍ଘଟଣାରେ ଚାଳକ ମୃତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ୫୯ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ଶ୍ୟାମଳାଇ- ପୋଡ଼ିଙ୍ଗି ମଧ୍ୟବର୍ତି ରାସ୍ତାରେ ଦୂର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହିଞ୍ଜିଳି ଥାନା ନୁଆଁ ବୁରୁପୋଡ଼ା ଗ୍ରାମର ଅଶୋକ ମୁନି(୩୦) । ପ୍ରକାଶ ଯେ, ମଙ୍ଗଳବାର ଅପରାହ୍ନରେ ଯୁବକ ଜଣକ ବଜାଜ ଡ଼ିସକଭର ବାଇକ(ଏମଏଚ୍ ୦୩ ବିଏଫ୍ ୯୩୮୪) ଯୋଗେ କୌଣସି କମାରେ ଆସିକା ଅଭିମୁଖେ ଯାଉଥିବା ବେଳେ ଶ୍ୟାମଳାଇ- ପୋଡ଼ିଙ୍ଗି ମଧ୍ୟବର୍ତି ରାସ୍ତାରେ ରାସ୍ତା ପ୍ୱାଶ୍ୱର୍ ଏକ ଗଛକୁ ଧକ୍କା ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପଂହଚି ଶବକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଥାଉକି, ସଂକ୍ତୃକ୍ତଦ ଯୁବକଙ୍କ ଆସନ୍ତା ଡ଼ିସେମ୍ବର ମାସରେ ବାହାଘର ସ୍ଥିର ହୋଇଥିଲା । ଯୁବକଙ୍କ ମୃତ୍ୟୁରେ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ