ଦିବ୍ୟ ଜୀବନ ମହିଳା ସଂଘ ପକ୍ଷରୁ ପ୍ରବଚନ ଓ ପାରାୟଣ

(ଯୁଗାବ୍ଦ ନ୍ୟୁଜ) ଦିବ୍ୟଜୀବନ ସଂଘ ମହିଳା ଶାଖା ପରିସରରେ ରାମଚରିତ ମାନସ , ନବାହ୍ନ ପରାୟଣ ଏବଂ ପ୍ରବଚନ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ପ୍ରବଚିକା କମଳ କୁମାରୀ ପାଣିଗ୍ରାହୀ ,ଉକ୍ରଳମୀରା , ସୁନା ବେଢା ଯୋଗ ଦେଇ ପ୍ରଭୁ ଶ୍ରୀରାମ ଙ୍କ ଆଦର୍ଶ ଓ ସଦଗୁରୁ ଦେବ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ର , ଲୀଳାମୃତ ବର୍ଣ୍ଣନା କରିଥିଲେ । ସେବା ,ପ୍ରେମ, ଦାନ, ଧ୍ୟାନ , ଇଶ୍ୱର ଉପଲବଧି ଓ ଆତ୍ମା ସାକ୍ଷାତକାର କିପରି ଲାଭ କରି ପାରିବେ , ଉପସ୍ଥିତି ଶ୍ରୋତା ମଣ୍ଡଳୀ ଙ୍କୁ ଆର୍ଶି ବଚନ ଦେଇଥିଲେ । କମଳ ମାତାଜୀ ସ୍ଥାନୀୟ ଶିବାନନ୍ଦ ଶିଶୁ ମନ୍ଦିର , ରାମ ନଗର ପରିସରରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଆଦର୍ଶ ବିଦ୍ୟାଥୀ ଜୀବନ ବିଷୟରେ ଉଦବୋଧନ ଦେଇଥିଲେ । ବରିଷ୍ଠ ଗୁରୁଭାଇ ଶ୍ରୀନିବାସ ପାତ୍ର ଅରୁଣ, ଅରୁଣ ଦାଶ, ବ୍ୟାସ ରୂପେ ପରାୟଣ ,ହନୁମାନ ଚାଳିଶା ,ସୁନ୍ଦରାକାଣ୍ଡ ପାଠ କରିଥିଲେ । ପ୍ରାୟ ୩୭ ଲକ୍ଷ ନାରାୟଣଙ୍କୁ ପ୍ରସାଦ ସହିତ ବସ୍ତ୍ର ବଣ୍ଟନ ଓ ଲୋଚାପଡା ରୋଡ ସ୍ଥିତ ବୃଦ୍ଧାଶ୍ରମ ର ସମସ୍ତ ଅନ୍ତେବାସୀ ଙ୍କୁ ସ୍ୱାଦିଷ୍ଟ ଭୋଜନ ପରିବେଷଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ