ପୁଣି ଥାନାରେ ବର୍ଷା ଓ ଅନୁଭବଙ୍କ ମା
କଟକ,(ଦୀପକ୍ କୁମାର ବେଉରା): ପୁଣି ଘନେଇଲା ଓଲିଉଡ୍ ସୁପରଷ୍ଟାର ଦମ୍ପତି ବର୍ଷା-ଅନୁଭବ ବିବାଦ। ଶାଶୂ ଘରୁ ବାହାରି ଯିବାକୁ କହୁଥିବା ନେଇ କଟକ ପୁରୀଘାଟ ଥାନାରେ ଏତଲା ଦେଲେ ବର୍ଷା ପ୍ରିୟଦର୍ଶିନୀ । ବର୍ଷାଙ୍କ ନାଁରେ ଅନୁଭବଙ୍କ ମାଆଙ୍କ ପାଲଟା ଏତଲା, ଘର ମରାମତି ପାଇଁ ପରିବାର ଲୋକ ବାହାରେ ରହିବାକୁ ନିଷ୍ପତ୍ତି ହୋଇଛି, ସେଥିପାଇଁ ୧୦ ଦିନ ବାହାରେ ରହିବାକୁ ବର୍ଷାଙ୍କୁ କୁହାଯାଇଛି । ଏଥିରେ ବର୍ଷା ପ୍ରିୟଦର୍ଶିନୀ ରାଜି ନ ଥିବାର ତାଙ୍କ ଶାଶୁ ପାଲଟା ଅଭିଯୋଗ କରିଛନ୍ତି ।


