ଓଆରଓପି କାର୍ଯ୍ୟକାରୀ କରିବା ନିଷ୍ପତ୍ତିର ପାଞ୍ଚ ବର୍ଷ ପୂର୍ତ୍ତି
ନୂଆଦିଲ୍ଲୀ: ୨୦,୬୦,୨୨୦ ପ୍ରତିରକ୍ଷା ବାହିନୀ ପେନସନଭୋଗୀ/ପରିବାର ପେନସନଭୋଗୀଙ୍କୁ ୪୨୭୪୦ କୋଟି ଆବଣ୍ଟନ ଓଡ଼ିଶାର ୨୮,୬୬୭ ପେନସନଭୋଗୀଙ୍କୁ ୧୩୭.୧୫ କୋଟି ଟଙ୍କା ପ୍ରଦାନୱାନ ରେଙ୍କ ୱାନ ପେନସନ (ଓଆରଓପି) ଲାଗୁ କରିବା ଲାଗି ଭାରତ ସରକାର ୭.୧୧.୨୦୧୫ରେ ଏକ ନିର୍ଦ୍ଦେଶ ଜାରି କରିଥିଲେ । ଏହି ଲାଭ ୦୧.୦୭.୨୦୧୪ଠାରୁ କାର୍ୟ୍ୟକାରୀ ହୋଇଥଲା। ବିପୁଳ ଆର୍ଥିକ ବୋଝ ସତ୍ତ୍ୱେ ଅବସରପ୍ରାପ୍ତ ସେନା କର୍ମଚାରୀମାନଙ୍କର କଲ୍ୟାଣ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ବ୍ୟକ୍ତ କରି ସରକାର ଏହାକୁ କାର୍ଯ୍ୟକାରୀ କରିଥିଲେ। ୩୦.୦୬.୨୦୧୪ ସୁଦ୍ଧା ଅବସର ଗ୍ରହଣ କରିଥିବା ସେନା କର୍ମଚାରୀମାନଙ୍କୁ ଏହି ନିର୍ଦ୍ଦେଶ ଅଧୀନରେ ସାମିଲ କରାଯାଇଥିଲା । ପ୍ରତିରକ୍ଷା ପେନସନର ପରିମାଣ ଏବଂ ଜଟିଳତାକୁ ଆଖି ଆଗରେ ରଖି ଓଆରଓପି କାର୍ୟ୍ୟକାରୀ କରିବା ପୂର୍ବରୁ ବିଶେଷଜ୍ଞ ଓ ପୂର୍ବତନ ସେନା କର୍ମଚାରୀମାନଙ୍କର ସହିତ ବ୍ୟାପକ ବିଚାରବିମର୍ଷ କରାଯାଇଥଲା । ଅବସରପ୍ରାପ୍ତ ସେନା କର୍ମଚାରୀମାନେ ଦୀର୍ଘ ୪୫ ବର୍ଷ ଧରି ଓଆରଓପିକୁ କାର୍ୟ୍ୟକାରୀ କରିବା ଲାଗି ଆନ୍ଦୋଳନ କରି ଆସୁଥିଲେ ମଧ୍ୟ ୨୦୧୫ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରାଯାଇନଥିଲା । ଓଆରଓପିର ଅର୍ଥ ଅବସର ତାରିଖ ଯାହା ହେଉ ପଛେ ସମାନ ରେଙ୍କ ଏବଂ ସମାନ ଅବଧିର ସେବା ପାଇଁ ଅବସର ଗ୍ରହଣ କରୁଥିବା ସେନା କର୍ମଚାରୀମାନଙ୍କୁ ସମାନ ପେନସନ ପ୍ରଦାନ କରାଯିବ। ତେଣୁ, ବିଭିନ୍ନ ଅବଧି ଅନ୍ତରାଳରେ ବର୍ତ୍ତମାନ ଓ ପୂର୍ବରୁ ଅବସର ଗ୍ରହଣ କରିଥିବା କର୍ମଚାରୀଙ୍କ ପେନସନ ହାରରେ ରହିଥିବା ଶୂନ୍ୟସ୍ଥାନକୁ ପୂରଣ କରିବା ଓଆରଓପିର ଉଦ୍ଦେଶ୍ୟ । ଓଆରଓପି ଲାଗୁ ହେବା ପରେ ଏରିଅର ଆକାରରେ ୨୦,୬୦,୨୨୦ ପ୍ରତିରକ୍ଷା ପେନସନ/ପରିବାର ପେନସନଭୋଗୀମାନଙ୍କୁ ୧୦୭୯୫.୪ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଛି। ଓଆରଓପି ବାବଦ ଆବର୍ତ୍ତି ବ୍ୟୟ ପାଖାପାଖି ୭୧୨୩.୩୮ କୋଟି ଟଙ୍କା ହୋଇଥିବା ବେଳେ ୦୧.୦୭.୨୦୧୪ରୁ ଆରମ୍ଭ ହୋଇଥିବା ୬ ବର୍ଷ ଲାଗି ମୋଟ ଆବର୍ତ୍ତି ବ୍ୟୟ ପାଖାପାଖି ୪୨୭୪୦.୨୮ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଓଆରଓପି ପେନସନଭୋଗୀମାନେ ୨.୫୭ ଗୁଣନକାରକ ହାରରେ ହିସାବ କରି ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଅନୁଯାୟୀ ପେନସନ ଲାଭ ପାଇପାରିବେ । ଏହି ଅବଧି ମଧ୍ୟରେ ଓଡ଼ିଶା ୨୮,୬୬୭ ଜଣ ପେନସନଭୋଗୀଙ୍କୁ ୧୩୭,୧୫ କୋଟି ଟଙ୍କା ପ୍ରଦାନ କରାଯାଇଛି।


