ଫଟୋଗ୍ରାଫି ସଂଘ ପକ୍ଷରୁ ଓ୍ଵେଡିଂଗ ଫଟୋଗ୍ରାଫି ପ୍ରଶିକ୍ଷଣ

ଖଲ୍ଲିକୋଟ(ସିଲୁ ବିଶ୍ଵାଳ ) ଖଲ୍ଲିକୋଟ କଳିଙ୍ଗ ବଶ୍ୟ ଭବନ ପରିସରରେ ଖଲ୍ଲିକୋଟ ଫଟୋଗ୍ରାଫି ସଂଘ ପକ୍ଷରୁ ଓ୍ଵେଡିଂଗ ଫଟୋଗ୍ରାଫି ଓ୍ଵାର୍କସପ୍ ପ୍ରଶିକ୍ଷଣ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ‘ସୋନି’ କମ୍ପାନୀ ମେଣ୍ଟର ଶ୍ରୀ କୃଷ୍ଣଚନ୍ଦ୍ର ଦାସ , ସମ୍ମାନିତ ଅତିଥି ପିଏଓ ସମ୍ପାଦକ ଗୌରୀ ଶଙ୍କର ମହାକୁଡ଼ ଏବଂ ଗଞ୍ଜାମ ଜିଲ୍ଲା କ୍ୟାମେରା କ୍ଲବ ଉପସଭାପତି ସରୋଜ କୁମାର ସାହୁ ଆୟୋଜିତ କାର‌୍ୟ୍ୟକ୍ରମ ରେ ଯୋଗ ଦେବା ସହ ଲେଡ଼ି ମୋଡେଲର କୁ ନେଇ ପ୍ରଥମେ କଳିଙ୍ଗ ବଶ୍ୟ ଭବନ ପରେ ମର୍ଦ୍ଦରାଜ ଶିଶୁ ଉଦ୍ୟାନ ପରିସରରେ ବିଭିନ୍ନ ରୂପରେ , ସୁନ୍ଦର ପ୍ରକୃତି ଭାବେ କିଭଳି ଫଟୋ ଉତ୍ତଳନ କରାଯିବ ଏହାରି ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରଶିକ୍ଷଣ କାର‌୍ୟ୍ୟକ୍ରମକୁ ଖଲ୍ଲିକୋଟ ଫଟୋଗ୍ରାଫି ସଂଘ ସଭାପତି ସୁଶାନ୍ତ ପାହାନ, ଉପସଭାପତି ଉତ୍ତମ ସ୍ଵାଇଁ , ସମ୍ପାଦକ ପ୍ରଫୁଲ କୁମାର ସ୍ଵାଇଁ , ସହ-ସମ୍ପାଦକ ଦେବୀଦତ୍ତ ତ୍ରିପାଠୀ, କୋଷାଧ୍ୟକ୍ଷ କ୍ରିଷ୍ଣା ସାହୁ , ରାକେଶ ମୁଦୁଲି ଅନ୍ୟ ମାନଙ୍କ ମଧ୍ୟରେ ଜିତେନ୍ଦ୍ର ପ୍ରଧାନ, ଆଲୋକ ପରିଡ଼ା , ସାଗର ସାହୁ , ସନ୍ତୋଷ ସ୍ଵାଇଁ , ବଣ୍ଟି ଭିଜନ , ଡି. ଖୁଣ୍ଟିଆ , ନବଘନ ଯେନା , ପିଙ୍କୁ ଭାଇ , ନାରାୟଣ ପାଢ଼ୀ ପ୍ରମ୍ମୁଖ ଯୋଗ ଦେଇଥିଲେ । ଉକ୍ତ କାର‌୍ୟ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୪୦ରୁ ଉର୍ଦ୍ଧ ଫଟୋଗ୍ରାଫର ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ