ମହାମାୟୀ ମହିଳା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଓ ଆଲୋଚନା ଚକ୍ର ଅନୁଷ୍ଠିତ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ ମହାମାୟୀ ମହିଳା ମହାବିଦ୍ୟାଳୟର ଉବ୍ଦିଦ ବିଜ୍ଞାନ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ନୂତନ ଛାତ୍ରୀମାନଙ୍କୁ ପୁରାତନ ଛାତ୍ରୀମାନେ ମହାବିଦ୍ୟାଳୟର ନିୟମ ସଂପର୍କରେ ଅବଗତ କରାଇ ସ୍ୱାଗତ କରିବା ସହ ଅନୁଷ୍ଠିତ ଆଲୋଚନ ଚକ୍ରରେ ଶେଷ ବର୍ଷର ଛାତ୍ରୀ ସୁପ୍ରିୟ. ଅର୍ପିତା, ପଲ୍ଲବୀ, ଆଲିସା ପ୍ରମୁଖ ନିଜ ନିଜର ବିଷୟରେ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ତମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମହାବିଦ୍ୟାଳୟର ଅଧ୍ୟକ୍ଷା କୃଷ୍ଣ ପ୍ରସାଦ ମହାପାତ୍ର ଛାତ୍ରୀମାନଙ୍କୁ ଶୃଙ୍ଖଳା ଜ୍ଞାନ ସଂପର୍କରେ ବୁଝାଇବା ସହ ଉବ୍ଦିଦ ବିଜ୍ଞାନର ମହତ୍ୱ ଓ ଆବଶ୍ୟକତା ସଂପର୍କରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନାନ୍ୟ ଅତିଥୀ ଭାବେ ଉବ୍ଦିଦ ବିଜ୍ଞାନ ବିଭାଗର ମୁଖ୍ୟ ଡଃ. ଅରୁଣା ପଟ୍ଟନାୟକ, , ଅଧ୍ୟାପକ ଡଃ. ଅମିତା ପଣ୍ଡା, ଅଧ୍ୟାପିକା ସ୍ୱର୍ଣ୍ଣଲତା ପଟ୍ଟନାୟକ, ପ୍ରିୟଦର୍ଶନୀ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ