ଆମେରିକାରେ “ହାଓଡି ମୋଦି’ କାର୍ଯ୍ୟକ୍ରମକୁ ରାହୁଲଙ୍କ ସମୋଲୋଚନା
ନୂଆଦିଲ୍ଲୀ: ଆମେରିକାର ହୋଷ୍ଟନରେ ଆୟୋଜିତ ହେଉଥିବା “ହାଓଡି ମୋଦି’ କାର୍ଯ୍ୟକ୍ରମକୁ ସମୋଲୋଚନା କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆଜି କେନ୍ଦ୍ର ସରକାରଙ୍କ ଦ୍ୱାରା କର୍ପୋରେଟ୍ ଟ୍ୟାକ୍ସ ହ୍ରାସ କରାଯିବା ନିଷ୍ପତ୍ତିକୁ ହାଓଡି କାର୍ଯ୍ୟକ୍ରମ ସହ ଯୋଡ଼ିଛନ୍ତି ରାହୁଲ୍ ।
ସେ ଟୁଇଟ୍ କରି କହିଛନ୍ତି “ହାଓଡି ମୋଦି’ କାର୍ଯ୍ୟକ୍ରମ ଜରିଆରେ ଦେଶର ଆର୍ଥିକ ସ୍ଥିତିକୁ ଲୁଚାଇ ହେବ ନାହିଁ । ଏହି କାର୍ଯ୍ୟକ୍ରମ ଦୁନିଆର ସବୁଠାରୁ ବ୍ୟୟବହୁଳ କାର୍ଯ୍ୟକ୍ରମ । ଏଥିପାଇଁ ୧.୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହାଇଛି ବୋଲି ଜଣାପଡ଼ିଛି । ମୋଦି ୨୨ ତାରିଖରେ ହୋଷ୍ଟନରେ ପ୍ରାୟ ୫୦ ହଜାର ପ୍ରବାସୀ ଭାରତୀୟ ଓ ଆମେରିକାବାସୀଙ୍କୁ ଉଦବୋଧନ ଦେବେ । ଏହି କାର୍ଯ୍ୟକ୍ରମର ନାଁ “ହାଓଡି ମୋଦି’ ରଖାଯାଇଛି । ଏହି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଯୋଗ ଦେବେ ।


