ଚୋରା ବାଲି ଟ୍ରାକ୍ଟର ଜବତ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ଭାରପ୍ରାପ୍ତ ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ମଣିନାଥପୁର ଵୈତରଣୀ ଘାଟରୁ ଗୋଟିଏ ଵେଆଇନ ବାଲି ଟ୍ରାକ୍ଟର ଜବତ କରାଯାଇଛି । ଏହାସହିତ ଟ୍ରାକ୍ଟର ଚାଳକ ଯାଜପୁର ଅଂଚଳର ତିଳ ମୁଣ୍ଡାକୁ ମଧ୍ୟ ଗିରଫ କରାଯାଇଛି । ଆଜି ସକାଳୁ ଏଏସଆଇ ନୀଳମଣି ଦାସ ଓ ପୋଲିସ କର୍ମଚାରୀ ମାନେ ଵାଲି ଘାଟରେ ଚଢାଉ କରିଥିଲେ ସୁଦ୍ଧା ସୂଚନା ପାଇ ଅନେକ ଗାଡି ଖସିଯାଇଥିଲେ । କେଵଳ ଓଡି ୩୪ଜି ୪୩୧୩ ଵାଲି ଟ୍ରାକ୍ଟର ଟି କୁ ପୋଲିସ ଧରିଵାରେ ସକ୍ଷମ ହୋଇଥିଲା । ଏନେଇ ଥାନା ପକ୍ଷରୁ ୨୨୨/୨୦ରେ ମାମଲା ରୁଜୁ ହୋଇ ଅଭିଯୁକ୍ତ ଚାଳକକୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି ।